ବାଘପାଲି ଗାଁରେ ଡବଲ ମର୍ଡର, ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଆଶଙ୍କା

ବରଗଡ଼ : ବାଘପାଲି ଗାଁ ରେ ଡବଲ ମର୍ଡର । ଘର ଭିତରେ ପଡିଛି ୨ ଜଣଙ୍କ ମୃତଦେହ। ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ବାଘପାଲି ଗାଁର ଘଟଣା । । ବାଘପାଲି ଗାଁ ରେ ଖେଳିଯାଇଛି ଚାଞ୍ଚଲ୍ୟ। ଜନସାଧାରଣ ଭୟଭୀତ। ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା । ମୃତକ ବ୍ୟକ୍ତି ହେଲେ ବାଘପାଲି ଗାଁ ର ତରଣୀ ବାଗ ଏବଂ ମଧୁସୂଦନ ଭୋଇ ଓରଫ୍ ମଘା । ପ୍ରଥମେ ତରଣୀ ବାଗ ମଘା ଭୋଇ କୁ ଆକ୍ରମଣ କରିଥିବା ବେଳେ ମଘା ପାଲଟା ଆକ୍ରମଣ କରିଥିବା ସୂଚନା । ଘଟଣା ସ୍ଥଳରେ ଭେଡେନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଏବଂ ସନ୍ଧାନୀ କୁକୁର ଦଳକୁ ଅପେକ୍ଷା କରିଛି ଭେଡେନ ପୋଲିସ ବିଭାଗ ।