ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ଅଭିଯୋଗ, ଗୋଟେ ଜୁଇରେ ଦୁଇଟି ଶବ ଜାଳିଲେ

କୋରାପୁଟ: ଗୋଟିଏ ଜୁଇରେ ଜଳିଲା ଦୁଇ ଜଣଙ୍କ ଚିତା । ନିଶବ୍ଦ ଅନ୍ଧକାର ରାତିରେ ଗାଁ ଶ୍ମଶାନରେ ଜଳୁଥିଲା ଜୁଇ । ବନ୍ଧୁ ପରିଜନଙ୍କ ଠାରୁ ଆରମ୍ଭ କରି ଗାଁ ଲୋକେ ଉପସ୍ଥିତ ରହିଥାଆନ୍ତି । ସମସ୍ତେ ଚାହିଁ ରହିଥାଆନ୍ତି ଜୁଇକୁ । ଆଉ ନିଜ ଆତ୍ମୀୟଙ୍କୁ ହରାଇ ପୁରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଥାଆନ୍ତି । କାନ୍ଦ ବୋବାଳିରେ ଫାଟିପଡ଼ୁଥାଏ ଗାଁ ଶଶ୍ମାନ । ଠିକ୍ ଏତିକି ବେଳେ ଦେଖିବାକୁ ମିଳିଥିଲା ଛାତି ଥରା ଦୃଶ୍ୟ । ଗୋଟିଏ ଜୁଇ ରେ ୨ଜଣଙ୍କୁ ସମାଧି ଦିଆଯାଇଥିଲା । ଏଭଳି ଘଟଣା କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଅନ୍ତର୍ଗତ ଜାର୍ପା ଗାଁରେ ଦେଖିବାକୁ ମିଳିଛି ।

କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଜାର୍ପା ଗାଁର ଦାସ ମୀନ୍ୟାକା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ହଠାତ୍ ଗତକାଲି ଅପରାହ୍ନରେ ଦାସ ମିନ୍ୟାକାର ମୃତ୍ୟୁ ହୋଇଥିଲା । ପ୍ରଥମେ ପ୍ରଥମେ ଆଖପାଖ ଅଞ୍ଚଳରେ ଚହଳ ପଡ଼ିଲା ଯେ ଗାଁର ଜଙ୍ଗାମା ମିନୀୟାକା ଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ କେହି ମୁଁହ ଖୋଲୁନଥିବା ଯୋଗୁଁ ଖବରର ସ୍ପଷ୍ଟତା ଆସିନଥିଲା । ହେଲେ ଆମେ ଗ୍ରାଉଣ୍ଡ ଜିରୋ ପହଞ୍ଚି ତଥ୍ୟ ସଂଗ୍ରହ କରିବା ବେଳକୁ ଦିର୍ଘ ସମୟ ପରେ ସଠିକ୍ ଖବର ମିଳିଥିଲା ।

ପୂର୍ବରୁ ଗାଁର ଶିବ ମିନ୍ୟାକା ସହ ଦାସ ମିନ୍ୟାକା ଏବଂ ଦାସର ସମ୍ପର୍କୀୟ ଭାଇ ମାନଙ୍କ ସହିତ କଥା କଥାରେ ପୂର୍ବ ଶତ୍ରୁତା ଲାଗିରହିଥିଲା । ପ୍ରତ୍ୟକ୍ ସମୟରେ ଶିବ କୁଆଡେ଼ ଦାସ ମିନ୍ୟାକା ଏବଂ ତା ସଂପର୍କୀୟ ଭାଇ ମାନଙ୍କୁ ଧମକ ଦେଉଥିଲା ଗୁଣି ଗାରେଡ଼ିରେ ଜୀବନ ନେବାକୁ କହୁଥିଲା । ହଠାତ୍ ଦାସର ଅସ୍ବାଭାବିକ ମୃତ୍ୟୁକୁ ପରିବାର ଲୋକେ ଗ୍ରହଣ କରିପାରିନଥିଲେ । ପରେ ଯାହାକୁ ନେଇ ଶିବ ଉପରେ ସନ୍ଦେହ କରିଥିଲେ । ପରେ ଗାଁ ଶଶ୍ମାନରେ ଦାସ ମିନ୍ୟାକାର ଜୁଇ ଜଳୁଥିବା ବେଳେ ଶିବକୁ ୪ ରୁ ୫ ଜଣ ମିଳିମିଶି ନିର୍ମମ ଭାବେ ହତ୍ୟା କରି ମୃତ ଦାସର ଜୁଇ ଉପରେ ଶିବର ଶବ ରଖି ପୋଡ଼ି ଦେଇଛନ୍ତି । ତେବେ ଏହି ଘଟଣା ପ୍ରଘଟ ନହେବା ପାଇଁ ଶିବର ପରିବାରକୁ ଓ ଗ୍ରାମବାସୀ ଙ୍କୁ କଡ଼ା ବିରୋଧ କରିଥିଲେ ଦାସ ମିନ୍ୟାକାର ସଂପର୍କୀୟ । ଯେଉଁଥିପାଇଁ ଶିବ ମିନ୍ୟାକା ଙ୍କ ପରିବାର ଭୟରେ ପୋଲିସକୁ ଅଭିଯୋଗ କରିପାରିନଥିଲେ ।

ହେଲେ ରାତି ପାଉ ପାଉ ଘଟଣା ପ୍ରଘଟ ହୋଇଥିଲା । ଯାହା ପରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ତନାଘନା ଆରମ୍ଭ କରିଥିଲେ । ଶିବଙ୍କୁ କିଏ ହତ୍ୟା କଲା ? କାହିଁକି ହତ୍ୟା କରାଗଲା ? କେଉଁ ସ୍ଥାନରେ ତାକୁ ପୋଡ଼ି ଦିଆଗଲା ? ଏମିତି କେତେକଣ ପ୍ରଶ୍ନ ଗାଁ ଲୋକଙ୍କୁ ପଚାରିଥିଲେ ପୋଲିସ୍‌ । ପୋଲିଲିସ୍‌ର ନାଲି ଆଖି ପରେ ଜଣେ ପରେ ମୁହଁ ଖୋଲିଥିଲେ । ଆଉ ହତ୍ୟାର ପୂରା କାହାଣୀ ବର୍ଣ୍ଣନା କରିଥିଲେ । ତା’ପରେ ଫିଟିଥିଲା ଶିବ ହତ୍ୟାର ଗୁମର । ଗୁଣି ଗାରେଡ଼ି ସନ୍ଧେହ ରେ ଶିବ ଙ୍କୁ ହତ୍ୟା କରିଥିବା ସ୍ବିକାର କରିଥିଲେ ଅଭିଯୁକ୍ତ ମାନେ ।

ଅନ୍ୟପଟେ ଏହି ଘଟଣା ସମ୍ବେଦନ୍ଶିଳ ମାମଲା ହୋଇଥିବାରୁ ଗାଁ ଯାକ ପୁରୁଷ ଶୂନ୍ୟ ହୋଇଯାଇଥିବା ବେଳେ । କେବଳ ବୃଦ୍ଧ ମାନେ ହିଁ ଗାଁରେ ଥିଲେ ତାହା ବି ଏହି ଘଟଣାକୁ ନେଇ କେହି ମୁହଁ ଖୋଲୁନାହାନ୍ତି । ଏହା ସ୍ପଷ୍ଟ ଜେ ଶିବ ଙ୍କୁ ଗୁଣି ଗାରେଡ଼ି ସନ୍ଦେହ ରେ ହିଁ ହତ୍ୟା କରାଯାଇଅଛି ।

ତେବେ କୋରାପୁଟ ଜିଲ୍ଲାରେ ଏହି ଘଟଣା ପ୍ରଥମ ନୁହେଁ । ଏହା ପୁର୍ବରୁ ମଧ୍ୟ କୋରାପୁଟ ଜିଲ୍ଲା ନରାୟଣପାଟଣା ଥାନା ମାଙ୍କଡଝଲା ଗାଁରେ ମଧ୍ୟ ୨୦୨୩ ମସିହା ଅକ୍ଟୋବର ମାସରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ଯୁବକଙ୍କୁ ବିଜୁଳି ଖୁଣ୍ଟରେ ବାନ୍ଧି ଆକ୍ରମଣ କରିଥିଲେ । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖିଥିବାବେଳେ ଅନ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ପୋଲିସ ଗାଁ ଶଶ୍ମାନରୁ ହାଡ଼ ପାଉଁଶ ଜବତ କରି ଅଧିକ ତଦନ୍ତ ଚଳାଇଛନ୍ତି । ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।