ଭୁବନେଶ୍ବର: ଗାଡ଼ି ପାର୍କିଂରୁ ଡବଲ ମର୍ଡର। ଭୁବନେଶ୍ବର ଏୟାରଫିଲ୍ଡ ଥାନା କଲ୍ୟାଣୀ ପ୍ଲାଜା ହାଇଟେକ୍ ଆପାର୍ଟମେଣ୍ଟ ନିକଟରେ ମର୍ଡର । ମୃତକ ହେଲେ ଦୁଇ ସାଙ୍ଗ ରଶ୍ମି ରଂଜନ ସେଠୀ ଓ ସମ୍ବିତ ରାଉତ। ଗାଡି ପାର୍କିଂକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ରଶ୍ମି ଓ ସମ୍ବିତ ସ୍ଥାନୀୟ ଅଂଚଳର ଏକ କୋଠାଘରେ ରହୁଥିଲେ। ଉଭୟଙ୍କ ଚିକେନ ଦୋକାନ ରହିଛି।
ଗତକାଲି ରାତିରେ ଗଣେଷ ମଲ୍ଲିକ ଓ ତା ସହଯୋଗୀଙ୍କ ସହ ଦୁଇ ସାଙ୍ଗଙ୍କ ଗାଡି ପାର୍କିଂକୁ ନେଇ ବଚସା ହୋଇଥିଲା । କାମ ସାରି ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଗଣେଷ ଓ ତା ସହଯୋଗୀ ଉଭୟଙ୍କୁ ଚାପଡରେ ହାଣି ହତ୍ୟା କରିଥିବା ଜଣାପଡିଛି । ହତ୍ୟା ପରେ ଗଣେଷ ଓ ସହଯୋଗୀ ପ୍ରଦୀପ ମଲ୍ଲିକ ଫେରାର ହୋଇଯାଇଛନ୍ତି । ଗଣେଷଙ୍କ ପତ୍ନୀ ଓ ଅନ୍ୟ ୪ ଜଣଙ୍କୁ ଅଟକ ରଖିଛି ପୋଲିସ୍ । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ସ୍ପେଶାଲ ସ୍କ୍ବାର୍ଡର ଚଢ଼ାଉ ଜାରି ରହିଛି ।