ରାଜ୍ୟ

ଯାଜପୁର: ଦୁଇ ଲକ୍ଷ ଟଙ୍କା କାଳ ହେଲା, ବିବାହର ନଅ ବର୍ଷ ପରେ ଯୌତୁକ ଜୁଇରେ ଜଳିଗଲେ ସସ୍ମିତା

ଯାଜପୁର(କେନ୍ୟୁଜ): ଯୌତୁକ ପାଇଁ ପୋଡ଼ି ମାରିଦେଲେ। ଦୁଇ ଲକ୍ଷ ଟଙ୍କା କାଳ ହେଲା। ବିବାହର ନଅ ବର୍ଷ ପରେ ବି ମାରିଦେବାକୁ ପଛେଇଲେ ନାହିଁ। ଅଭିଯୋଗ ଆଣିଲେ ଝିଅର ପରିବାର ଲୋକେ।ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନିଆଳି ଗ୍ରାମରେ। ଯାହାକି ବଡ଼ଚଣା ଥାନା ଅଞ୍ଚଳର ବେଣାପୁର ଗ୍ରାମର ବାଵନ ମହାପାତ୍ରଙ୍କ ଝିଅ ସସ୍ମିତା ଦୀର୍ଘ ୯ ବର୍ଷ ତଳେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନିଆଳି ଗ୍ରାମର ଧରଣୀଧର ସାମଲଙ୍କ ସାନ ପୁଅ ବିରଞ୍ଚି ସାମଲଙ୍କୁ ଵିଵାହ କରିଥିଲେ। ବିବାହର ରୀତିନୀତି ମୁତାବକ ନଗଦ ଦୁଇ ଲକ୍ଷ ଟଙ୍କା ସୁନା,ରୁପା ଓ ଆସବାବପତ୍ର ଯୌତୁକ ଆକାରରେ ବିରଞ୍ଚିଙ୍କୁ ମିଳିଥିଲା। ମାତ୍ର ବିବାହର କେଇଟା ବର୍ଷ ପରେ ବିରଞ୍ଚିଙ୍କ ପରିବାର ଆଉ ଦୁଇ ଲକ୍ଷ ଟଙ୍କା ଦାବି କରିଥିଲେ।

ଏପଟେ ସସ୍ମିତା ଙ୍କ ବାପା ଆର୍ଥିକ ଅବସ୍ଥା ସୃଦୃଢ଼ ନଥିବା ହେତୁ ସେ ଟଙ୍କା ଦେବାରେ ବିଫଳ ହୋଇଥିଲେ। ବାରମ୍ବାର ସସ୍ମିତାଙ୍କ ଶାଶୁ ଶ୍ବଶୁର ଓ ସ୍ୱାମୀ ନିର୍ଯ୍ୟାତନା ଦେବା ମଧ୍ୟ ଅଭିଯୋଗ ହେଉଥିବା ସସ୍ମିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଝିଅକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ମାରିଦେବା କଥା କହିଛନ୍ତି ସସ୍ମିତାଙ୍କ ପରିବାର। ଏପଟେ ଗୁରୁତର ଅବସ୍ଥାରେ ସସ୍ମିତାଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ପରେ ଗତକାଲି ସସ୍ମିତାଙ୍କ ମୃତ୍ୟୁ ଘଟିଥିବାକୁ ନେଇ ସସ୍ମିତାଙ୍କ ବାପା ଓ ଭାଇ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି।  ଏଭଳି ହତ୍ୟା କାଣ୍ଡକୁ ସ୍ଥାନୀୟ ଅଞ୍ଚଳରେ ଘୋର ନିନ୍ଦା କରାଯାଇଛି। ଅଭିଯୋଗ ପରେ ବାଲିଚନ୍ଦ୍ରପୁର ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ସହ ସସ୍ମିତାଙ୍କ ଶ୍ବଶୁର ବିରଞ୍ଚି ସାମଲଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରୀରଖିଛି ବୋଲି ଥାନା ଅଧିକାରୀ ଶୁକାନ୍ତ ପାତ୍ର କହିଛନ୍ତି।

KNews Bureau

Recent Posts

ଜୁଆଣି ଖାଇବାର ଉପକାରିତା, ୟୁରିକ୍‌ ଏସିଡ୍‌ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମିଳିବ ମୁକ୍ତି

ଆଜିର ପରିବର୍ତ୍ତିତ ଲାଇଫ୍‌ ଷ୍ଟାଇଲ୍‌ରେ, ଯୁବକ ଠାରୁ ମଧ୍ୟମ ବୟସ୍କର ଲୋକ ସମସ୍ତେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି…

3 mins ago

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ, ଦୁଃଖ ବ୍ୟକ୍ତ କଲେ ସିଏମ୍‌ ଯୋଗୀ

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…

11 mins ago

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

25 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

30 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

1 hour ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

1 hour ago