ବରଗଡ଼ ଗସ୍ତରେ କିଟ ଓ କିସ ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତ, ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ

ବରଗଡ଼ : ବରଗଡ଼ ଗସ୍ତରେ ଆସିଥିବା କିଟ ଓ କିସ ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତଙ୍କୁ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଥିଲା l ବରଗଡ଼ରେ ପହଞ୍ଚିବା ପରେ ସ୍ଥାନୀୟ ଗାନ୍ଧୀ ଛକଠାରେ ବରଗଡ଼ ଫିଜିକାଳ ଏକାଡେମୀ, କିସ ଅଭିଭାବକ ସଙ୍ଘ, ଅବସରପ୍ରାପ୍ତ ସୈନିକ ସଙ୍ଘ, ମହିଳା ସମିତି ବରଗଡ଼, ପରିବର୍ତନ ଟ୍ରଷ୍ଟ , ନିଷ୍ଠା ପରିବାର, ସଂକଳ୍ପ ପରିବାର, ଫାଇଟର ଗ୍ରୁପ ଆଦି ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରୀ ସମନ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ଶ୍ରୀ ସାମନ୍ତ ଗାନ୍ଧୀ ଛକରେ ଥିବା ମହାତ୍ମା ଗାନ୍ଧୀ ଓ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l ଶ୍ରୀ ଅଚ୍ୟୁତ ସାମନ୍ତ ଭୁବନେଶ୍ୱର କିସ ଆବାସିକ ବିଦ୍ୟାଳୟରେ ଜନଜାତି ପିଲାଙ୍କୁ ସୁନ୍ଦର ପରିବେଶରେ ରଖି ଗୁଣାତ୍ମକ ଶିକ୍ଷା ସହ କ୍ରୀଡ଼ା ଆଦି ସମସ୍ତ ସୁବିଧା ଯୋଗାଇ ଦେଉଥିବାରୁ ବିଭିନ୍ନ ସଂଗଠନ ତାଙ୍କୁ ଧନ୍ୟବାଦ ଜଣାଇଥିଲେ l