ଫୁଲବାଣୀ ସର୍କିଟ ହାଉସରେ କନ୍ଧମାଳ ବିଧାୟକ, ସମିତି ସଭ୍ୟ ଓ ଚେୟାରମ୍ୟାନଙ୍କ ସହ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ବୈଠକ

ଫୁଲବାଣୀ(କେନ୍ୟୁଜ୍):  ଫୁଲବାଣୀ ସର୍କିଟ ହାଉସରେ କନ୍ଧମାଳ ଜିଲ୍ଲାର ୩ ବିଧାୟକ, ୧୨ଟି ବ୍ଲକର ସମିତି ସଭ୍ୟ, ବ୍ଳକ ଚେୟାରମ୍ୟାନ ଓ ଛାମୁଆ ନେତାଙ୍କ ସହ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ବୈଠକ । ଏଥିରେ ପ୍ରତି ବ୍ଳକର ଦଳୀୟ ନେତା ସାଂସଦଙ୍କୁ ସୁବିଧା ଅସୁବିଧା ସଂପର୍କରେ ଅବଗତ କରାଇଛନ୍ତି । ଜିଲ୍ଲାରେ ବିିଭିନ୍ନ ସମସ୍ୟା, ନିଯୁକ୍ତି ଓ ଦଳର ସଂଗଠନ ସହ କର୍ମୀ ସଂଖ୍ୟା ବୃଦ୍ଧି କରିବାକୁ ଡ.ସାମନ୍ତ ଗୁରୁତ୍ୱ ଦେଇଛନ୍ତି । ଖୁବ ଶୀଘ୍ର ସମସ୍ତ ସମସ୍ୟା ଦୂର କରାଯିବା ସହ ଆସନ୍ତା ନଭେମ୍ବରରେ ନିଯୁକ୍ତି ମେଳା ଆୟୋଜନ କରାଯିବ ବୋଲି ସାଂସଦ ଡ. ଅଚ୍ୟୁତ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି । କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ବାଲିଗୁଡ଼ାର ପୂର୍ବତନ ବିଧାୟକ ରାଜୀବ ପାତ୍ର, ପୂର୍ବତନ ଏସ୍‌ଡିସି ଚେୟାରମ୍ୟାନ ରୋହନ ମଲ୍ଲିକ ଓ ଆକାଂକ୍ଷା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ

Leave A Reply

Your email address will not be published.