ବିଶ୍ୱର ସର୍ବବୃହତ୍ ୬୬ ଫୁଟ ଉଚ୍ଚତା ବିଶିଷ୍ଟ ହନୁମାନ ବିଗ୍ରହ ବ୍ରହ୍ମ ମନ୍ଦିର ଶିଳାନ୍ୟାସ କଲେ ଡ.ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ନାରଣପୁର ଗାଁରେ ବିଶ୍ୱର ସର୍ବବୃହତ୍ ୬୬ ଫୁଟ ଉଚ୍ଚତା ବିଶିଷ୍ଟ ହନୁମାନ ବିଗ୍ରହ ବ୍ରହ୍ମ ମନ୍ଦିର ଶିଳାନ୍ୟାସ। କିଟ, କିସ ଓ କିମ୍ସର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ କରକମଳରେ ଶିଳାନ୍ୟାସ ହୋଇଛି ।

ଏହି ଅବସରରେ ପଣ୍ଡିତ ସନ୍ତୋଷ କୁମାର ମିଶ୍ରଙ୍କ ତତ୍ତ୍ଵାବଧାନରେ ସ୍ବତନ୍ତ୍ର ପୂଜା ହୋଇଥିଲା। ଶିଳାନ୍ୟାସ ଫଳକ ଉନ୍ମୋଚନ କରି ଡ. ଅଚ୍ୟୁତ ସାମନ୍ତ କହିଥିଲେ ଯେ ଆଶୀର୍ବାଦ ମୁଦ୍ରାରେ ସଙ୍କଟ ମୋଚନଙ୍କ ୬୬ ଫୁଟର ଏଭଳି ସଦୃଶ୍ୟ ବିଗ୍ରହ ଅନ୍ୟ କୌଣସି ଠାରେ ଏପରି ଦୃଶ୍ୟ ହୁଏ ନାହିଁ।

ମହାବୀର ହନୁମାନ ସମଗ୍ର ମାନବ ସମାଜର କଲ୍ୟାଣ କରନ୍ତୁ ବୋଲି ଆଜିର ଦିନରେ ପ୍ରତ୍ୟେକଙ୍କ ପ୍ରାର୍ଥନା ହେବା ଉଚିତ୍ । ସେ କହିଥିଲେ ହନୁମାନଙ୍କ ବ୍ରହ୍ମ ତିରୁମାଲାରୁ ଅଣାଯାଇ ଏଠାରେ ପ୍ରତିଷ୍ଠା ହୋଇଥିବା ଶୁଣି ନିଜକୁ ଗର୍ବ ବୋଧ ହୁଏ।ଏହି ବିଗ୍ରହ ପ୍ରତ୍ୟେକଙ୍କ ପାଇଁ ଅସ୍ଥାର ସ୍ଥଳୀ ପାଲଟିଛି ।

ତେଣୁ ଏହି ସ୍ଥାନର ଉନ୍ନତି ପ୍ରତ୍ୟେକଙ୍କର କାମ୍ୟ ହେବା ଆବଶ୍ୟକ। ଏହି ଅବସରରେ ସ୍ଥାନୀୟ ଲୋକ ମାନେ ଡ.ସାମନ୍ତ ଙ୍କ ନିକଟରେ ଦାବି କରିଥିଲେ ଯେ କିମସ ର ଏକ ଶାଖା କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା କରାଯାଉ ।  ସର୍ବୋପରି ତ୍ରିକୋଣ ଭୂମିର ଅଧିବାସୀମାନେ ସେମାନଙ୍କ ସମସ୍ୟା ସମ୍ବନ୍ଧରେ ଅବଗତ କରାଇଥିଲେ ।

ଡ.ସାମନ୍ତ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ଆଶ୍ଵାସନା ଦେବା ସହ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଗ୍ରହଣ ପ୍ରତି ସଂକଳ୍ପବଦ୍ଧ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପଣ୍ଡିତ ଗୋପବନ୍ଧୁ ଦାସ, ପଞ୍ଚ ସଖା,ବିଜୁ ପଟ୍ଟନାୟକ ଓ ପାଟକୁରା ଗାନ୍ଧୀ ରାଜ କିଶୋର ନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।

ନାରଣପୁର ଗାଁର ମାଆମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗଣଆନ୍ଦୋଳନ ନେତା କେଦାର ସାମନ୍ତରାୟ,ଶିବ ପ୍ରସାଦ ସିଂ, ନିରଞ୍ଜନ ରାଉତ,ତପନ କୁମାର ମନ୍ତ୍ରୀ ଓ ରମେଶ ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ।

You might also like