ଦିଲ୍ଲୀରେ ୪୪ତମ ଉପ-କନିଷ୍ଠ ଜାତୀୟ ଭଲିବଲ ଚାମ୍ପିଅନସିପ୍‌: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଭାରତୀୟ ଭଲିବଲ ସଂଘର ସଭାପତି  ଡକ୍ଟର ଅଚ୍ୟୁତ ସାମନ୍ତ

ନୂଆଦିଲ୍ଲୀ(କେନ୍ୟୁଜ୍): ନୂଆଦିଲ୍ଲୀ କରକରଡୁମା ସ୍ଥିତ ଲକ୍ଷ୍ମୀ ପବ୍ଲିକ୍‌ ସ୍କୁଲ୍‌ ପରିସରରେ ଜାନୁଆରୀ ୩ ତାରିଖରୁ ଆରମ୍ଭ ହୋଇଛି ୪୪ତମ ଉପ-କନିଷ୍ଠ ବାଳକ ଓ ବାଳିକା ଜାତୀୟ ଭଲିବଲ ଚାମ୍ପିଅନସିପ୍‌ । ଆଜି ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ଭାରତୀୟ ଭଲିବଲ ସଂଘର ସଭାପତି ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ଦିଲ୍ଲୀ ଭଲିବଲ୍‌ ଆସୋସିଏସନ୍‌ ପକ୍ଷରୁ ଆୟୋଜିତ ଏହି ଚାମ୍ପିଅନସିପ୍‌ରେ ଓଡ଼ିଶା ସମେତ ଦେଶର ୨୫ଟି ବାଳିକା ଦଳ ଓ ୨୮ଟି ବାଳକ ଦଳ ଅଂଶଗ୍ରହଣ କରିଛନ୍ତି। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଡକ୍ଟର ସାମନ୍ତ ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଡକ୍ଟର ସାମନ୍ତଙ୍କୁ ଏତେ ନିକଟରେ ପାଇ ଓଡ଼ିଶାର ଖେଳାଳିଙ୍କ ମନୋବଳ ବୃଦ୍ଧି ପାଇଥିଲା।

ଆଜି ଟ୍ରେନ୍‌ ଯୋଗେ ନୂଆଦିଲ୍ଲୀ ଷ୍ଟେସନରେ ପହଞ୍ଚିବା ପରେ ଡକ୍ଟର ସାମନ୍ତଙ୍କୁ ଉଛ୍ଵସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଦିଲ୍ଲୀ ଭଲିବଲ୍‌ ଆସୋସିଏସନର ସଭାପତି ତଥା ଦିଲ୍ଲୀ ଅଲିମ୍ପିକ୍‌ ଆସୋସିଏସନ ସଭାପତି କୁଲବୀର ସିଂହଙ୍କ ନେତୃତ୍ୱରେ ଦିଲ୍ଲୀ ଭଲିବଲ୍‌ ଆସୋସିଏନର କର୍ମକର୍ତ୍ତାମାନେ ଡକ୍ଟର ସାମନ୍ତଙ୍କୁ ଲକ୍ଷ୍ମୀ ପବ୍ଲିକ୍‌ ସ୍କୁଲ୍‌ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ଭାରତୀୟ ଭଲିବଲ୍‌ ସଂଘର ସଭାପତିଙ୍କୁ ୪୪ତମ ଉପ-କନିଷ୍ଠ ଜାତୀୟ ଭଲିବଲ ଚାମ୍ପିଅନସିପ୍‌ରେ ମୁଖ୍ୟ ଅତିଥି ଭାବେ ପାଇ ଦିଲ୍ଲୀ ଭଲିବଲ ଆସୋସିଏସନ୍‌ ନିଜକୁ ଗର୍ବ ମନେ କରୁଛି ବୋଲି କହିଛନ୍ତି କୁଲବୀର ସିଂହ।

Leave A Reply

Your email address will not be published.