ସୁବର୍ଣ୍ଣପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ କିଟ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର(କେନ୍ୟୁଜ୍):  ସୁବର୍ଣ୍ଣପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ କିଟ,କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା । ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ ଆଦିବାସୀ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

achyut samnata

ଡ. ଅଚ୍ୟୁତ ସାମନ୍ତ ବଲାଙ୍ଗିର କିସ୍‌ କାର୍ଯ୍ୟାଳୟକୁ ଯିବା ସମୟରେ ତାଙ୍କୁ ସୋନପୁର ବ୍ଲକ ଛକଠାରେ ଫୁଲ ତୋଡା ସହ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଡ. ଅଚ୍ୟୁତ ସାମନ୍ତ ଫଳ ବଣ୍ଟନ କରିଥିଲେ । ଆଗାମୀ ଦିନରେ ସୁବର୍ଣ୍ଣପୁର ଠାରେ କିସ୍‌ର ଶାଖା ସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଡ. ଅଚ୍ୟୁତ ସାମନ୍ତ ।