ଜାତୀୟ ସେବା ଯୋଜନା ପୁରସ୍କାର ପାଇଛନ୍ତି କିଟ୍ ଲ ସ୍କୁଲ୍ ଛାତ୍ରୀ ଆକାଂକ୍ଷା କବି, ସମ୍ବର୍ଦ୍ଧିତ କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): ଏନ୍ଏସ୍ଏସ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଟ୍ ଲ ସ୍କୁଲ୍ ଛାତ୍ରୀ ଆକାଂକ୍ଷା କବିଙ୍କୁ ଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଇସିନା ହିଲସ୍ଥିତ ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଆକାଂକ୍ଷାଙ୍କୁ ଗତ ୨୪ ତାରିଖରେ ୨୦୨୦-୨୧ ବର୍ଷ ପାଇଁ ଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କରିଥିଲେ ଦ୍ରୌପଦୀ । ଆଜି ଏହି ଉପଲକ୍ଷେ ଆକାଂକ୍ଷାଙ୍କୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଛନ୍ତି । ଏନ୍ଏସ୍ଏସ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆକାଂକ୍ଷାଙ୍କ ସମେତ ଓଡ଼ିଶାର ୩ଜଣ ପ୍ରତିଭାବାନ ସ୍ୱେଚ୍ଛାସେବୀଙ୍କୁ ତିନିଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଜାତୀୟ ପୁରସ୍କାର ଗ୍ରହଣ କରିବାରେ ଆକାଂକ୍ଷା ପ୍ରଥମ କିଟ୍ ଛାତ୍ରୀ ।
ଆକାଂକ୍ଷାଙ୍କୁ ଏହି ପୁରସ୍କାର ମିଳିଥିବାରୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚୁତ ସାମନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହା କିଟ୍ ବିଶ୍ୱବିଦ୍ୟାଳୟ ପାଇଁ ଗୌରବର ବିଷୟ ବୋଲି କହିଛନ୍ତି । ପିଲାଟି ଦିନରୁ ଆକାଂକ୍ଷା ବହୁ ପ୍ରତିଭା ସମ୍ପନ୍ନ । ୨୦୦୯ରେ ସେ ଜାତୀୟ ଶିଶୁ ପୁରସ୍କାର ପାଇଥିବା ବେଳେ ୨୦୧୧ରେ କିଟ୍ ନହ୍ନିପରୀ ପୁରସ୍କାର ବିଜୟିନୀ ହୋଇଥିଲେ । ଏହା ବ୍ୟତୀତ ନିଜ ପ୍ରତିଭା ପାଇଁ ସେ ୭ଶହରୁ ଊର୍ଦ୍ଧ୍ୱ ପୁରସ୍କାର ଓ ସମ୍ମାନ ପାଇଛନ୍ତି । ସେ ଜଣେ ଜାତୀୟସ୍ତରୀୟ ଚେସ୍ ଚାମ୍ପିୟନ ମଧ୍ୟ । ୨୦୧୮ରେ ବ୍ରାଜିଲରେ ହୋଇଥିବା WORLD UNIVERSITY ଚେସ୍ ପ୍ରତିଯୋଗିତାରେ କିଟ୍ ତରଫରୁ ଭାଗ ନେଇଥିଥଲେ । କିଟ୍ ଏନ୍ଏସ୍ଏସ୍ ବିଭାଗରେ ସେ ଜଡ଼ିତ ରହି ବେଶ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ।