ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଓ ବିକାଶର ଧାରାକୁ ଲୋକଙ୍କ ପାଖରେ ପହଞ୍ଚାଅ, ଜି. ଉଦୟଗିରିରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ 

ରାଇକିଆ(କେନ୍ୟୁଜ୍):  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଦଳୀୟ କର୍ମୀଙ୍କ ସହ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଆଲୋଚନା। ଦ୍ୱିତୀୟ ଦିନରେ ୧୭ନଂ ଆଡାସି ଗୁପା ଏବଂ ଡାଙ୍ଗାଡଣ୍ଡ ୧୮ନଂ ଜୋନ୍‌ର କାମ୍ବୋଡିଗିଆ, ଗୁମାମାହା ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଓ ବିକାଶର ଧାରାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଥିଲେ। ଏହାସହ ୧୭ନଂ ଏବଂ ୧୮ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ବିପୁଳ ସମର୍ଥନ ଦେଇ ବିଜୟୀ କରିବାକୁ ପରାମର୍ଶ ଦେଇଥିଲେ। ବୈଠକରେ ବିଧାୟକ ସାଲୁଗା ପ୍ରଧାନ, ୧୭ନଂ ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ସୁନନ୍ଦା ବେହେରା ଏବଂ ୧୮ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ମମତାରାଣୀ ପ୍ରଧାନ ଉପସ୍ଥିତ ଥିଲେ।

dr achyuta samanta 2

ପରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଜି. ଉଦୟଗିରିର ର୍ଶିକୀ ଘାଇ ନିକଟସ୍ଥ ନାଣ୍ଡା ସଭାଗୃହରେ ବିଜେଡି କର୍ମୀଙ୍କ ସହ ଆଲୋଚନା କରିଥିଲେ। ଏହାସହ ଜି ଉଦୟଗିରି ୫ନଂ ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଲିଲିମା ପ୍ରଧାନଙ୍କୁ ବିଜୟୀ କରାଇବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲା ସଭାନେତ୍ରୀ ପୁନମ କହଁର, ଜିଲ୍ଲା ଛାତ୍ର ସଭାପତି ସୁନିଲ ସେଠି, ବ୍ଳକ ଛାତ୍ର ସଭାପତି ଛୋଟନ ନାୟକ, ସାଂସଦ ପ୍ରତିନିଧି ସାମନ୍ତ ଦିଗାଲ , ଏବଂ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.