ଭୁବନେଶ୍ୱର: କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ମିଳିଲା ବିଜନେସ୍‌ ଏମିନେନ୍‌ସ ଆୱାର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ଧରିତ୍ରୀ ବିଜ୍‌ନେସ ଏମିନେନ୍ସ ଆୱାର୍ଡ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଳ ଦେବ ଯୋଗ ଦେଇଥିଲେ । ଏହି ଅବସରରେ ଧରିତ୍ରୀ ଖବରକାଗଜ ପକ୍ଷରୁ କିଟ୍‌, କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ବିଜନେସ୍‌ ଏମିନେନ୍‌ସ ଆୱାର୍ଡ ପ୍ରଦାନ କରାଯାଇଛି ।

ଦାରିଦ୍ର୍ୟ, କ୍ଷୁଧା ଓ ନିରକ୍ଷରତା ବିରୋଧୀ ଲଢେଇରେ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରମୁଖ ଭୂମିକା ରହିଛି । ଏଥିପାଇଁ ଡ. ସାମନ୍ତଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି ।

Leave A Reply

Your email address will not be published.