ଡ. ଅଚ୍ୟୁତ ସାମନ୍ତଙ୍କ ସହାୟତା, ସ୍ୱାବଲମ୍ବୀ ହେଲେ ଦିବ୍ୟାଙ୍ଗ ଯୁବକଯୁବତୀ
କେନ୍ୟୁଜ ବ୍ୟୁରୋ : ସ୍ୱାବଲମ୍ବୀ ହେଲେ ଦିବ୍ୟାଙ୍ଗ ଯୁବକଯୁବତୀ । କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଦିବ୍ୟାଙ୍ଗମାନେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ ସର୍ବଦା ଯଥାସାଧ୍ୟ ପ୍ରୟାସ କରିଆସୁଛନ୍ତି । ଭୁବନେଶ୍ୱର ଉପକଣ୍ଠ ଭରତପୁର ସ୍ଥିତ ଇଣ୍ଡିଆ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଦିବ୍ୟାଙ୍ଗ ଅନୁଷ୍ଠାନକୁ ଡ. ସାମନ୍ତ କିସ ଫାଉଣ୍ଡେସନ ଜରିଆରେ ଦୀର୍ଘ ୫ ବର୍ଷ ହେଲା ସାହାଯ୍ୟ କରିଆସୁଛନ୍ତି । ଏଠାରେ ରହୁଥିବା ଦିବ୍ୟାଙ୍ଗ ଯୁବକ ଯୁବତୀମାନେ ସ୍ୱାବଲମ୍ବୀ ହେବା ନିମନ୍ତେ ଡ. ସାମନ୍ତଙ୍କ ନିକଟରେ ଇଚ୍ଛା ପ୍ରକାଶ କରିଥିଲେ ।
ଏଥିପାଇଁ ସେମାନଙ୍କୁ ବିଭିନ୍ନ ସମୟରେ ଡ. ସାମନ୍ତ ଆର୍ଥିକ ସହାୟତା ଯୋଗାଇ ଦେଇଥାନ୍ତି । ଏଥିରେ ଦିବ୍ୟାଙ୍ଗ ଯୁବକଯୁବତୀମାନେ ସିଲେଇ ମେସିନ, ଧୁପକାଠି, ଫିନାଇଲ ପ୍ରସ୍ତୁତ ମେସିନ ଓ ଆବଶ୍ୟକ କଞ୍ଚାମାଲ କିଣିଥିଲେ । ଇଣ୍ଡିଆ ଚାରିଟେବୁଲ ଟ୍ରଷ୍ଟର ଦିବ୍ୟାଙ୍ଗ ଯୁବକଯୁବତୀମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକ ଡ. ଅଚ୍ୟୁତ ସାମନ୍ତଙ୍କୁ ଦେଖାଇଥିଲେ । ଦିବ୍ୟାଙ୍ଗ ଯୁବକଯୁବତୀମାନେ ଏହି ସଫଳତାରେ ସନ୍ତୋଷ ପ୍ରକାଶ କରିବା ସହ ଆଗକୁ ସେମାନେ ଅନ୍ୟ ଦିବ୍ୟାଙ୍ଗଙ୍କ ପାଇଁ ପ୍ରେରଣାଦାୟୀ ହେବେ ବୋଲି ଡ. ସାମନ୍ତ କହିଛନ୍ତି ।