୨ ଦିନିଆ କନ୍ଧମାଳ ଓ ବୌଦ୍ଧ ଗସ୍ତରେ ସାଂସଦ ଡ. ଅଚ୍ୟୁତ ସାମନ୍ତ, ବିଭିନ୍ନ କାର୍ଯ୍ୟକ୍ରମର କଲେ ଉଦଘାଟନ

କନ୍ଧମାଳ(କେନ୍ୟୁଜ୍):  କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ୨ ଦିନିଆ କନ୍ଧମାଳ ଓ ବୌଦ୍ଧ ଗସ୍ତ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଆଜି ପ୍ରଥମ ଦିନ ଗସ୍ତ ଅବସରରେ ପୂର୍ବାହ୍ନରେ ଡ. ସାମନ୍ତ କନ୍ଧମାଳ ଜିଲ୍ଲା ରାଇକିଆଠାରେ ଆଥଲେଟିକ୍ ଆସୋସିଏସନ୍ ଫିଲ୍ଡରେ ଏକ ଆଲୋକିକରଣ ବ୍ୟବସ୍ଥା ଉଦ୍‌ଘାଟନ କରିଥିଲେ । ପରେ କନ୍ଧମାଳ ଜିଲ୍ଲା ଟିକାବାଲି ସ୍ଥିତ ଖେଳ ପଡ଼ିଆର ଉଜ୍ୱଳ ଆଲୋକ ବ୍ୟବସ୍ଥାକୁ ମଧ୍ୟ ଡ. ସାମନ୍ତ ଉଦ୍‌ଘାଟନ କରିଥିଲେ । ଉଭୟ କାର୍ଯ୍ୟକ୍ରମରେ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଉପସ୍ଥିତ ଥିଲେ ।

କିଟ୍‌ର ଆର୍ଥିକ ସହାୟତାରେ ନିର୍ମାଣ କରାଯାଇଥିବା ଏହି ଆଲୋକିକରଣ ବ୍ୟବସ୍ଥାକୁ ଉଦ୍‌ଘାଟନ କରି ଦିବାରାତ୍ର କ୍ରୀଡ଼ା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଡ. ସାମନ୍ତ ଉତ୍ସର୍ଗ କରିଥିଲେ ।

ଏହି ଅବସରରେ ଜି.ଉଦୟଗିରି ହୁବାକ୍ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣରେ ଚାଲିଥିବା \’ବିଜୁ ବାବୁ ସ୍କାରକୀ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ\’ର ଫାଇନାଲ୍ ମ୍ୟାଚ୍‌ରେ ଅତଥି ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତାକାଲି ସାଂସଦଙ୍କ ଦ୍ଵିତୀୟ ଦିନର ଗସ୍ତ ଅବସରରେ ସଂସଦୀୟ କ୍ଷେତ୍ରର ବିଭିନ୍ନ କାର‌୍ୟ୍ୟକ୍ରମରେ ଯୋଗଦେବାର କାର‌୍ୟ୍ୟକ୍ରମ ରହିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.