ପ୍ରତିଷ୍ଠାତାଙ୍କ ଉଦାରତା, କିସ୍‌ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟପୁସ୍ତକ ଓ ଶୁଖିଲା ଖାଦ୍ୟ ପଠାଇଲେ ଡକ୍ଟର ଅଚ୍ୟୁତ ସାମନ୍ତ

ମାଲକାନଗିରି ଜିଲ୍ଲାରେ କିସ୍‌ ଛାତ୍ରଛାତ୍ରୀଙ୍କୁ ମିଳିଲା ପାଠ୍ୟପୁସ୍ତକ ଓ ଶୁଖିଲା ଖାଦ୍ୟ। କରୋନା ଯୋଗୁ ପିଲାଙ୍କ ପାଠପଢାରେ ଯେଭଳି କୌଣସି ଅସୁବିଧା ନହୁଏ, ସେଥିପାଇଁ ଏଭଳି ବ୍ୟବସ୍ଥା କରିଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ।

କିସରେ ପଢ଼ୁଥିବା ଜିଲ୍ଲାର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଘରେ ଘରେ ପହଞ୍ଚାଯାଉଛି ଶୁଖିଲା ଖାଦ୍ୟ ଓ ପାଠ୍ୟ ପୁସ୍ତକ। ଜିଲ୍ଲାର ଦୁର୍ଗମ ଅଞ୍ଚଳ ରାଖାଲଗୁଡା, ବାଲାଘାଟି, ନାମେଲଗୁଡାରେ ପହଞ୍ଚିଛି ଶୁଖିଲା ଖାଦ୍ୟ ଏବଂ ପାଠ୍ୟ ଉପକରଣ। ମାଲକାନଗିରି ଜିଲ୍ଲାର କିସ ସଂଯୋଜକ ରମ୍ୟରଞ୍ଜନ ପରିଡା ଏବଂ ସହ ସଂଯୋଜକ ଉତ୍ତମ ସାହା ଏହି ଦୁର୍ଗମ ଅଞ୍ଚଳ ଯାଇ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତଙ୍କୁ ଅଭିଭାବକ ଓ ଛାତ୍ରଛାତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.