ଜେଇଇ ମେନରେ କିସ୍‍ର ୧୨ ଛାତ୍ରଛାତ୍ରୀଙ୍କ ସଫଳତା, ଡକ୍ଟର ଅଚ୍ୟୁତ ସାମନ୍ତ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର : ଜେଇଇ ମେନରେ କିସ୍‍ର ୧୨ ଛାତ୍ରଛାତ୍ରୀଙ୍କ ସଫଳତା । ଆଜି ଜେଇଇ ମେନ୍‍ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିପାଇଁ କିସ୍‍ର ୧୨ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୭ଜଣ ଛାତ୍ରୀ ଥିବା ବେଳେ ୫ଜଣ ଛାତ୍ର ରହିଛନ୍ତି । ଏମାନେ ଜେଇଇ ଆଡ୍‍ଭାନ୍‍ସ ପାଇଁ ମନୋନୀତ ହୋଇଛନ୍ତି । ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ଜଣ ଝାଡ଼ଖଣ୍ଡରୁ ଆସି କିସ୍‍ ରେ ପାଠ ପଢ଼ି ଜେଇଇରେ ସଫଳତା ହାସଲ କରିପାରିଛନ୍ତି ।

ଏହି ସଫଳତାରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ଶ୍ରୀ ସାମନ୍ତ କହିଛନ୍ତି ପ୍ରତିବର୍ଷ କିସ୍‍ର ଛାତ୍ରଛାତ୍ରୀମାନେ ଜେଇଇ ପରୀକ୍ଷାରେ ସଫଳତା ହାସଲ କରିଆସୁଛନ୍ତି । କେବଳ ଜେଇଇ ନୁହେଁ ଆଞ୍ଚଳିକ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ହେଉଥିବା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଏହି କିସ୍‍ ଛାତ୍ରଛାତ୍ରୀମାନେ ସଫଳତା ଲାଭ କରିଆସୁଛନ୍ତି । ସେମାନଙ୍କୁ ଉପଯୁକ୍ତ ଯତ୍ନ ନିଆଯିବା ସହ ଗୁଣାତ୍ମକ ଶୈକ୍ଷିକ ପରିବେଶ ସୃଷ୍ଟି କରାଯାଉଥିବାରୁ ସେମାନେ ଏଭଳି ସଫଳତା ହାସଲ କରିପାରୁଛନ୍ତି । ଏଥିପାଇଁ ଶ୍ରୀ ସାମନ୍ତ କିସ୍‍ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀଙ୍କୁ ସେମାନଙ୍କ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

 

ଆହୁରି ପଢ଼ନ୍ତୁ : ଜେଇଇ ମେନ୍ ୨୦୨୫: ଅଲ୍ ଇଣ୍ଡିଆ ଟପ୍ପର୍ ହେଲେ ଓଡ଼ିଶା ଛାତ୍ର ଓମ୍ ପ୍ରକାଶ ବେହେରା