କନ୍ଧମାଳ: ଅଗ୍ନିକାଣ୍ଡରେ ଆହତ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ କେଳାପଡା ପଞ୍ଚାୟତର ଗେରୁପଡା ଗାଁର ଅଗ୍ନିକାଣ୍ଡରେ ଆହତ ବେହେରା ପରିବାରଙ୍କୁ ସାଂସଦ ଡକ୍ଟର ଅଚ୍ୟୁତ ସମାନ୍ତଙ୍କ ଆର୍ଥିକ ସହାୟତା । କର୍ମଚାରୀଙ୍କ ଜରିଆରେ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ଡକ୍ଟର ସାମନ୍ତ । ସଂସଦ ଅଧିବେଶନ ଚାଲିଥିବାରୁ କର୍ମଚାରୀଙ୍କ ଜରିଆରେ ଆର୍ଥିକ ସହାୟତା ସହ ଚିଠି ମାଧ୍ୟମରେ ସମବେଦନା ଜଣାଇଛନ୍ତି । ବୁଧବାର ରାତିରେ ବେହେରା ପରିବାରଙ୍କ ଘରେ ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିଲ । ଏଥିରେ ଦୁଇ ନାବାଳିକା କ୍ରିଷ୍ଣା ବେହେରା ଓ ରମ୍ଭା ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଦୁଃଖ ସମୟରେ ସହାୟତାର ହାତ ବଢାଇଥିବାରୁ ପରିବାର ଲୋକ ଡକ୍ଟର ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.