କମ୍ରେଡ ବନମାଳୀ ଜେନାଙ୍କ ଜନ୍ମ ଶତବାଷିକୀରେ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): କମ୍ରେଡ ବନମାଳୀ ଜେନାଙ୍କ ଜନ୍ମ ଶତବାଷିକୀ ପାଳିତ। ଭୁବନେଶ୍ୱରର ପଟିଆଗଡ଼ ଠାରେ ଏନେଇ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରେ କମ୍ରେଡ ବନମାଳୀ ଜେନାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ପଟିଆ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ତାଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରାଯାଇଛି। ଜଟଣୀ ବିଧାୟକ ସୁର ରାଉତରାୟ ,କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କମ୍ରେଡ ବନମାଳୀଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ। ତାଙ୍କୁ ପ୍ରାଣ ଭରି ଭଲ ପାଉଥିବା ଲୋକମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କମ୍ରେଡଙ୍କ ସ୍ମୃତି ଚାରଣ କରାଯାଇଥିଲା । ଏହାସହିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ କମ୍ରେଡ ବନମାଳୀ ଜେନାଙ୍କ ସ୍ମୃତିରେ ଜନ୍ମ ଶତବାର୍ଷିକୀ ଉତ୍ସବ ଆୟୋଜିତ ହୋଇଥିଲା । ଏହି କାଯ୍ୟର୍କ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ସୁରେଶ ରାଉତରାୟ,କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଯୋଗ ଦେଇଥିଲେ । ବନମାଳୀ ଜେନା ସ୍ୱାଧିନତା ସଂଗ୍ରାମରେ ସଂପୃକ୍ତ ଥିଲେ ।

dr achyuta samnat 1

ଜଣେ ସମାଜସେବୀ ଭାବେ ସେ ତାଙ୍କ ଅଞ୍ଚଳର ଉନ୍ନତି ପାଇଁ ସେ ସର୍ବଦା ଚେଷ୍ଟିତ ଥିଲେ । ଆଜି ତାଙ୍କର ଜନ୍ମ ଶତବାର୍ଷିକୀ ଉପଲକ୍ଷେ ବିଭିନ୍ନ ବର୍ଗର ଲୋକ ଯେଉଁମାନେ ତାଙ୍କୁ ପ୍ରାଣ ଭରି ଭଲ ପାଉଥିଲେ , ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ । ଏହି ଅବସରରେ ଏକ ପାଇକ ଆଖଡା ମଧ୍ୟ ଆୟୋଜିତ ହୋଇଥିଲା। ଏହାକୁ ଉଦଘାଟନ କରିଥିଲେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ୨୦୧୬ ଜୁଲାଇ ୨୧ରେ ସ୍ୱର୍ଗତ ବନମାଳୀ ଜେନାଙ୍କ ଦେହାନ୍ତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.