ଏଫ୍‌ଆଇଭିବିର ସାଧାରଣ ପରିଷଦ ବୈଠକରେ ଯୋଗଦାନ କଲେ ଡ. ଅଚ୍ୟୁତ ସାମନ୍ତ, ଭାରତରେ ଭଲିବଲ୍‌ର ବିକାଶ ନେଇ ଆଲୋଚନା

କେନ୍ୟୁଜ(ବ୍ୟୁରୋ): ଫିଲିପାଇନ୍ସର ମନିଲାଠାରେ ଫେଡେରେସନ୍‌ ଇଣ୍ଟରନ୍ୟାସନାଲ୍‌ ଭଲିବଲ୍‌ର ବାର୍ଷିକ ସାଧାରଣ ପରିଷଦ ବୈଠକ ଆରମ୍ଭ ହୋଇଛି । FIVBର ଆମନ୍ତ୍ରଣ କ୍ରମେ ଭାରତୀୟ ଭଲିବଲ୍‌ ସଂଘର ସଭାପତି ଡ. ଅଚ୍ୟୁତ ସାମନ୍ତ ବୈଠକରେ ଯୋଗ ଦେଇଛନ୍ତି । ପ୍ରଥମ ଥର ଲାଗି ଭାରତୀୟ ଭଲିବଲ୍‌ ସଂଘର ସଭାପତି ଭାବେ ଡ. ସାମନ୍ତ ଏଥିରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ।

ଏଫ୍‌ଆଇଭିବିର ବାର୍ଷିକ ସାଧାରଣ ପରିଷଦ ବୈଠକ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ୨୨୨ଟି ଦେଶର ଭଲିବଲ୍‌ ସଂଘ ସଭାପତି ଯୋଗ ଦେଇଛନ୍ତି । ଏହି ବୈଠକରେ ଯୋଗଦେବା ଅବସରରେ ଡ. ସାମନ୍ତ ଏଫ୍‌ଆଇଭିବିର ସଭାପତି ଆରି ଗ୍ରାକା ଓ ମହାନିର୍ଦ୍ଦେଶକ ଫାବିଓ ଆଜେଭେଦୋଙ୍କ ସହ ବ୍ୟକ୍ତିଗତ ଭାବେ ଭେଟିଥିଲେ । ଏହି ସାକ୍ଷାତ ସମୟରେ ଡ. ସାମନ୍ତ ଭାରତରେ ଭଲିବଲକୁ ଲୋକପ୍ରିୟ କରାଇବା ସହ ଏହାର ବିକାଶ ଓ ପ୍ରସାର ନେଇ ଆରି ଗ୍ରାକା ଓ ଫାବିଓଙ୍କ ସହ ଆଲୋଚନା କରିଥିଲେ ।

dr achyuta samnata

ଭାରତରେ ଭଲିବଲର ବିକାଶ ଦିଗରେ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଗ୍ରାକା ଓ ଫାବିଓ ପ୍ରତିଶ୍ରୁତି ଦେଇଥିଲେ।ଏହା ବ୍ୟତୀତ ଏହି ବୈଠକରେ ଯୋଗ ଦେଇଥିବା ଭଲିବଲ ସଂଘର ସଭାପତିଙ୍କ ସହ ମଧ୍ୟ ଡ. ସାମନ୍ତ ସାକ୍ଷାତ ଆଲୋଚନା କରିଥିଲେ । କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଡ. ସାମନ୍ତ ଏହି ବୈଠକରେ ଗୋଟିଏ ଦିନ ଯୋଗ ଦେବେ ବୋଲି ଜଣାପଡ଼ିଛି । ଡ. ସାମନ୍ତଙ୍କ ସହ ଭାରତୀୟ ଭଲିବଲ୍‌ ସଂଘର ସହସମ୍ପାଦକ ତଥା ଓଡ଼ିଶା ଭଲିବଲ୍‌ ଆସୋସିଏସନ୍‌ର ସମ୍ପାଦକ ଡ. ଗଗନେନ୍ଦୁ ଦାଶ ମଧ୍ୟ ମନିଲା ଗସ୍ତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.