ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦଶପଲ୍ଲା ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବ:ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ କନ୍ଧମାଳ ସାସଂଦ ଡକ୍ଟର ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): ନୟାଗଡ଼ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି କନ୍ଧମାଳ ସାସଂଦ ଡକ୍ଟର ଅଚ୍ୟୁତ ସାମନ୍ତ। ପ୍ରଥମେ ନୂଆଗାଁ ବ୍ଲକ ସୋରଡ଼ା ପଞ୍ଚାୟତର ନୂତନ ନିଜସ୍ୱ ବିଲ୍‌ଡିଂ ଉଦ୍‌ଘାଟନ କରିଥିଲେ। ୩୫ଲକ୍ଷ ଟଙ୍କା ବ୍ୟୟରେ ଏହି ବିଲ୍ଡିଙ୍ଗର ନିର୍ମାଣ କରାଯାଇଛି।

dr achyuta samanta

କାର୍ଯ୍ୟକ୍ରମରେ ସାଂସଦଙ୍କ ସହ ଦଳପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ। ବିଶେଷକରି ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବ। ଏଥିପାଇଁ ସମସ୍ତ ପ୍ରୟାସ କରାଯିବ ବୋଲି କହିଛନ୍ତି କନ୍ଧମାଳ ସାସଂଦ ଡକ୍ଟର ଅଚ୍ୟୁତ ସାମନ୍ତ।

 

Leave A Reply

Your email address will not be published.