ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବା ପୂର୍ଣ୍ଣମାସୀ ଜାନିଙ୍କୁ ଭେଟିଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ,ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ

କନ୍ଧମାଳ(କେନ୍ୟୁଜ୍): ଦିନିକିଆ କନ୍ଧମାଳ ଗସ୍ତରେ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବା ପୂର୍ଣ୍ଣମାସୀ ଜାନିଙ୍କୁ ତାଙ୍କ ଘରେ ପହଞ୍ଚି ଶୁଭେଚ୍ଛା ଜଣାଇଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ପଦ୍ମଶ୍ରୀ ଘୋଷଣା ପରେ ଆଜି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକର ଚାରିପଡ଼ା ଗାଁର ପୂର୍ଣ୍ଣମାସୀ ଜାନିଙ୍କୁ ଭେଟିଛନ୍ତି ଡକ୍ଟର ସାମନ୍ତ । ପୂର୍ଣ୍ଣମାସୀଙ୍କ ଘରେ ପହଞ୍ଚି ତାଙ୍କୁ ସେ ଶୁଭେଚ୍ଛା ଜଣାଇଥିଲେ ।

achyuta samanta 1

ପୂର୍ଣ୍ଣମାସୀଙ୍କ ଭଲ ମନ୍ଦ ଓ ସ୍ୱାସ୍ଥ୍ୟାବସ୍ଥା ବି ପଚାରି ବୁଝିଥିଲେ ଡକ୍ଟର ସାମନ୍ତ । ନିଜ ନିରନ୍ତର ନିଷ୍ଠା ବଳରେ ଈଶ୍ବରଙ୍କ ଠାରୁ ପାଇଥିବା ଅସାଧାରଣ କଣ୍ଠରୁ ବାହାରୁଥିବା ଅନର୍ଗଳ ଭଜନ ଶୁଣିଥିଲେ ଡା. ଅଚ୍ୟୁତ ସାମନ୍ତ।ଗାଁକୁ ଆସିଥିବାରୁ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ପୂର୍ଣ୍ଣମାସୀ ଜାନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.