କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ତରଫରୁ ଦଶପଲ୍ଲାରେ ମେଗା ସ୍ବାସ୍ଥ୍ୟ ମେଳା ହେଲା ଆୟୋଜିତ,  ସାମିଲ ହେଲେ ଶହ ଶହ ଲୋକ

ନୟାଗଡ଼(କେନ୍ୟୁଜ୍): ଦଶପଲ୍ଲା କୃଷ୍ଣାପ୍ରିୟା ମହିଳା କଲେଜ୍ ପରିସରରେ ମେଗା ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇ ଯାଇଛି।  ଦଶପଲ୍ଲା ନିର୍ବାଚନୀ ମଣ୍ଡଳୀ , ଗଣିଆ, ଦଶପଲ୍ଲା ଓ ନୂଆଗାଁ ବ୍ଲକ ର ଶତାଧିକ ଲୋକ ଏହି ମେଳାରେ ସାମିଲ ହୋଇ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ନାସା, ଗଳା, କର୍ଣ୍ଣ ସହ ଦାନ୍ତ, ଡାଇବେଟିସ, ହାର୍ଟ, ମେଡ଼ିସିନ, ଗାଇନିଂ, ୨୦ରୁ ଅଧିକ ବିଭାଗରେ ବରିଷ୍ଠ ପ୍ରଫେସର ମାନେ ଆସି ଲୋକ ମାନଙ୍କୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ।

ପାଖାପାଖି ୩ ହଜାରରୁ ଅଧିକ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିବା ବେଳେ, ସେମାନଙ୍କୁ ମାଗଣା ମେଡ଼ିସିନ, ଟିଫିନି ଦିଆଯାଇଥିଲା । ଉଦଘାଟନୀ ଉତ୍ସବରେ ଦଶପଲ୍ଲା ବିଧାୟକ ଉପସ୍ଥିତ ଥିଲେ । କୃଷ୍ଣା ପ୍ରିୟା ମହିଳା କଲେଜର ଛାତ୍ରୀ ମାନେ ସ୍ଵେଚ୍ଛସେବୀ ଭାବେ ସହଯୋଗ କରିଥଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.