Categories: ରାଜ୍ୟ

ଓଡ଼ିଶାରେ ଏକ ସ୍ପାଇସ ପାର୍କ ନିର୍ମାଣ ପାଇଁ କେନ୍ଦ୍ର ସରକାର ବିଚାର କରୁଛନ୍ତି କି ? ସଂସଦରେ ପ୍ରଶ୍ନ କଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ସ୍ପାଇସ ପାର୍କ ସମ୍ବନ୍ଧରେ ସଂସଦରେ ପ୍ରଶ୍ନ ପଚାରିଛନ୍ତି କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ। ଅଣତାରକା ପ୍ରଶ୍ନରେ ପଚାରିଥିଲେ, ଦେଶରେ ଓଡ଼ିଶା ସର୍ବାଧିକ ମସଲା ଉତ୍ପାଦନ କରୁଥିବା ରାଜ୍ୟ। ଏପରିକି କନ୍ଧମାଳ ହଳଦୀକୁ ଜିଆଇ ମାନ୍ୟତା ମଧ୍ୟ ମିଳିଛି। ଏଭଳି ସ୍ଥିତିରେ ଓଡ଼ିଶାରେ ଏକ ସ୍ପାଇସ ପାର୍କ ନିର୍ମାଣ ପାଇଁ କେନ୍ଦ୍ର ସରକାର ବିଚାର କରୁଛନ୍ତି କି ପ୍ରଶ୍ନ କରିଥିଲେ। ଅନେକ ଚାଷୀଙ୍କ ଉତ୍ପାଦିତ ମସଲା ରଖିବାକୁ କଣ ଭିତ୍ତିଭୂମି ଗ୍ରହଣ କରାଯାଇଛି ଓ ପ୍ରୋସେସିଂ ସୁବିଧା କଣ ରହିଛି। ଯଦି ହୋଇନାହିଁ ଏହାର କାରଣ କଣ ରହିଛି ବୋଲି ପ୍ରଶ୍ନ କରିଥିଲେ ସାଂସଦ ଡ. ସାମନ୍ତ। ସାଂସଦଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ। ବର୍ତ୍ତମାନ ଓଡ଼ିଶାରେଏକ ସ୍ପାଇସ ପାର୍କ ନିର୍ମାଣ ପାଇଁ କୌଣସି ଯୋଜନା ନାହିଁ।

ତେବେ ରାଜ୍ୟ ସରକାରଙ୍କ ନିଜସ୍ୱ ସଂସ୍ଥା ସହ ଯୋଗ୍ୟ ସଂସ୍ଥା ଗୁଡ଼ିକ ଆବେଦନ କରି ସ୍ପାଇସ ବୋର୍ଡରୁ ବୈଷୟିକ ସହାୟତା ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରୁ ଭିତ୍ତିଭୂମି ସହାୟତା ପାଇପାରିବେ। ସାଂସଦ ପୁଣି ପ୍ରଶ୍ନ କରିଥିଲେ, ଓଡ଼ିଶାର ମସଲାରୁ ମିଳୁଥିବା ସ୍ୱାସ୍ଥ୍ୟଗତ ଲାଭ ଓ ଏହାକୁ ଇଣ୍ଡିଆନ ଅର୍ଗାନିକ ବ୍ରାଣ୍ଡ ବିବେଚନା କରି କେନ୍ଦ୍ର ସରକାର ଏହାକୁ ଦେଶ ମଧ୍ୟରେ ଓ ବିଦେଶକୁ ରପ୍ତାନୀ ପାଇଁ କଣ ପଦକ୍ଷେପ ନେଇଛନ୍ତି। ସାଂସଦଙ୍କ ପ୍ରଶ୍ନରେ କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି, କେନ୍ଦ୍ର କୃଷି ଓ କୃଷକ ବିକାଶ ମନ୍ତ୍ରାଳୟ ଦ୍ୱାରା ଉତ୍ପାଦନ, ଗବେଷଣା, ବିକାଶ ଓ ଅମଳ ପରବର୍ତ୍ତୀ ସ୍ଥିତି ଓ ଦେଶ ଭିତରେ ମସଲାର ରପ୍ତାନୀ ପାଇଁ ନୀତି ଧାର୍ଯ୍ୟ ହୋଇଛି। ସମନ୍ଵିତ ଉଦ୍ୟାନ କୃଷି ବିକାଶ ମିସନରେ ମସଲାଜାତୀୟ ଶସ୍ୟ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

ଦି ଡିରେକ୍ଟରେଟ ଅଫ ଆରିକାନଟ୍‌ ଆଣ୍ଡ ସ୍ପାଇସେସ୍‌ ଡେଭେଲପମେଣ୍ଟ- DASD ମଧ୍ୟ ଅଧିକ ଉତ୍ପାଦନ ସହ ଉନ୍ନତ କିସମର ମସଲାର ରପ୍ତାନୀ, ପଞ୍ଜିକୃତ ମସଲା ନର୍ସରୀ, ବିଭିନ୍ନ ପ୍ରଦର୍ଶନୀ ଦ୍ୱାରା ଏହାର ପ୍ରସାର ଓ ଏହି ସମ୍ବନ୍ଧିତ କର୍ମଶାଳାକୁ ଭୁବନେଶ୍ୱର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଆୟୋଜନ କରାଯାଉଛି। ମସଲା ରପ୍ତାନୀକୁ ପ୍ରୋତ୍ସାହନ ଓ ବିଦେଶକୁ ରପ୍ତାନୀ ହେଉଥିବା ମସଲାର ଗୁଣବତ୍ତା ପାଇଁ ସ୍ପାଇସ ବୋର୍ଡ ମଧ୍ୟ ବିଭିନ୍ନ ପଦକ୍ଷେପ ନେଉଥିବା କେନ୍ଦ୍ର ମନ୍ତ୍ରୀ ଉତ୍ତର ରଖିଛନ୍ତି। ମସଲାର ରପ୍ତାନୀ ପ୍ରୋତ୍ସାହନ ସହ ବିକାଶ ପାଇଁ କୋରାପୁଟଠାରେ ସ୍ପାଇସ୍‌ ବୋର୍ଡ ଏହାର କାର୍ଯ୍ୟାଳୟ ସ୍ଥାପନ କରିିଛି। କନ୍ଧମାଳ ଓ କୋରାପୁଟ ଜିଲ୍ଲାରୁ ହଳଦୀ ରପ୍ତାନୀକୁ ପ୍ରୋତ୍ସାହନ ନେଇ ବୋର୍ଡ ପକ୍ଷରୁ ବିକ୍ରେତା- କ୍ରେତା ସାକ୍ଷାତ BSMS ମଧ୍ୟ ଆୟୋଜନ କରାଯାଉଛି। BSMS ଦ୍ୱାରା ଓଡ଼ିଶାର ଶହେରୁ ଅଧିକ ବିକ୍ରେତା ଓ ୫୦ରୁ ଅଧିକ କ୍ରେତା ଲାଭବାନ ହେଉଛନ୍ତି।.

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

8 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

23 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

38 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

48 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

59 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago