ଆଲୋଚନା ଜରିଆରେ ବହୁ ସମସ୍ୟାର ସମାଧାନ ହୋଇପାରିବ: କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): ଆଲୋଚନା ଜରିଆରେ ବହୁ ସମସ୍ୟାର ସମାଧାନ ହୋଇ ପାରିବ। ଏପରିକି ଯୁଦ୍ଧ ସମସ୍ୟା ଭଳି ଅତି ଗୁରୁତର ସମସ୍ୟା ମଧ୍ୟ ଆଲୋଚନା ଜରିଆରେ ସମାଧାନ ହୋଇ ପାରିବ ବୋଲି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ କହିଛନ୍ତି । ଭାରତର ବିଭିନ୍ନ ପ୍ରଦେଶରୁ ୪୦ରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟର ହଜାରେରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ କିଟ୍‌ ଅନ୍ତର୍ଜାତୀୟ ଛାୟା ଜାତିସଂଘ କିଟ୍‌ ଆଇ-ମୁନ୍‌ର ଉଦ୍‌ଘାଟନ ଉତ୍ସବରେ ଉଦ୍‌ବୋଧନ ଦେଇ ଡ. ଅଚ୍ୟୁତ ସାମନ୍ତ ଏହା କହିଛନ୍ତି । ‘ଲିଟରେଟ୍‌ ଟୁ ଲିବରେଟ’ ବିଷୟବସ୍ତୁ ଉପରେ ଉଦ୍‌ବୋଧନ ଦେଇ ଡ. ସାମନ୍ତ କହିଲେ, ଦୀର୍ଘ ୩ ଦଶନ୍ଧି ଧରି କିଟ୍‌ ଓ କିସ୍‌ ଲିଟରେଟ୍‌ ଟୁ ଲିବରେଟ୍‌ କାର୍ଯ୍ୟକାରୀ କରିଆସୁଛି । ଆଜି ଏହା ଫଳବତୀ ହୋଇଛି । ସଂପ୍ରତି ଛାତ୍ରଛାତ୍ରୀମାନେ ଅତି ତୀକ୍ଷ୍ଣ ବୁଦ୍ଧି ସମ୍ପନ୍ନ ।

ଶିକ୍ଷିତ ହୋଇଥିବାରୁ ଆଜିର ଛାତ୍ରଛାତ୍ରୀମାନେ ଅତି ବୁଦ୍ଧି ସମ୍ପନ୍ନ ହୋଇପାରିଛନ୍ତି । ୩ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି ଛାୟା ଜାତିସଂଘରେ ବିଶ୍ୱର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇ ନିର୍ଯ୍ୟାସ ବାହାରିପାରିବ । ଏହି ସମୟ ମଧ୍ୟରେ କିଟ୍‌ ପରିସର ଏକ ନଲେଜ ହବ୍‌ ହେବ ବୋଲି ଡ. ଅଚ୍ୟୁତ ସାମନ୍ତ କହିଥିଲେ । କିଟ୍‌ ଅନ୍ତର୍ଜାତୀୟ ଛାୟା ଜାତିସଂଘ କିଟ୍‌ ଆଇ-ମୁନ୍‌ ଆଜି ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ାଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି, ଇଣ୍ଟରନ୍ୟାସନାଲ ରିଲେସନ୍‌ ବିଭାଗର ମହାନିର୍ଦ୍ଦେଶକ ଦେବରାଜ ପ୍ରଧାନ, ଛାତ୍ରସେବା ବିଭାଗ ଉପନିର୍ଦ୍ଦେଶକ ଡା ଶ୍ୟାମ ସୁନ୍ଦର ବେଉରା ଓ କିଟ୍‌ ଇଣ୍ଟରନ୍ୟାସନାଲ୍‌ ମୁନର ମହାସଚିବ ସାଗ୍ନିକ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.