ବାହାରିନର ଇଶା ପୁରସ୍କାର ପାଇଁ ଗଠିତ ଚୟନ କମିଟିର ଜୁରୀ ସଦସ୍ୟ ଭାବେ ମନୋନୀତ ହେଲେ ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):  ବାହାରିନ ସର୍ବୋଚ୍ଚ ନାଗରିକ ସମ୍ମାନ ଇଶା ପୁରସ୍କାର ପାଇଁ ଗଠିତ ଚୟନ କମିଟିର ଜୁରୀ ସଦସ୍ୟ ଭାବେ ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀ ଡ. ଅଚ୍ୟୁତ ସାମନ୍ତ ମନୋନୀତ ହୋଇଛନ୍ତି । ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଶ୍ୱର ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ପୁରସ୍କାର ପ୍ରତିବର୍ଷ ପ୍ରଦାନ କରାଯାଇ ଆସୁଛି । ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ଅଚ୍ୟୁତ ସାମନ୍ତ ୨୦୧୫ ମସିହାରେ ବାହାରିନର ସର୍ବୋଚ୍ଚ ସମ୍ମାନ ପାଇଥିଲେ । ୨୦୨୨ ପାଇଁ ବାହାରିନର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯିବ । ଏଥିପାଇଁ ଏକ ଚୟନ କମିଟି ଗଠନ କରାଯାଇଛି ।

ଡ. ସାମନ୍ତଙ୍କ ଉତ୍ସର୍ଗୀକୃତ କାର୍ଯ୍ୟଧାରା ପାଇଁ ବାହାରିନ ରାଜା ଚୟନ କମିଟିରେ ଜୁରୀ ସଦସ୍ୟ ଭାବେ ଡ. ସାମନ୍ତଙ୍କୁ ମନୋନୀତ କରିଛନ୍ତି । ଡ.ସାମନ୍ତଙ୍କ ବ୍ୟତୀତ ବିଶ୍ୱର ୭ଟି ଦେଶର ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ଜୁରୀ କମିଟି ସଦସ୍ୟ ଭାବେ ମନୋନୀତ କରାଯାଇଛି । ବାହାରିନ ସର୍ବୋଚ୍ଚ ସମ୍ମାନ ଚୟନ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଥିବାରୁ ଡ. ସାମନ୍ତ ବାହାରିନ ରାଜା ଓ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ପ୍ରତିବର୍ଷ ବିଶ୍ୱର ବିଶିଷ୍ଟ ବ୍ୟକ୍ତିଙ୍କୁ ବାହାରିନ ସରକାରଙ୍କ ତରଫରୁ ବାହାରିନର ସର୍ବୋଚ୍ଚ ସମ୍ମାନ ଇଶା ପୁରସ୍କାର ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ରାଶି ୧ ମିଲିୟନ ଆମେରିକୀୟ ଡଲାର, ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ସାଢେ ସାତ କୋଟି ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.