ବରିଷ୍ଠ ଆଇନଜୀବୀ ରଜତ କୁମାର ରଥଙ୍କ ଦେହାନ୍ତ, ଶୋକ ପ୍ରକାଶ କଲେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):  ବରିଷ୍ଠ ଆଇନଜୀବୀ ରଜତ କୁମାର ରଥଙ୍କ ଦେହାନ୍ତ । ୬୯ବର୍ଷ ବୟସରେ କଟକର ଏକ ଘରୋଇ ହସ୍ପିଟାଲ୍‌ରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଛି । ରଜତକୁମାର ରଥଙ୍କ ଦେହାନ୍ତରେ ବହୁ ଆଇନଜୀବୀ ଶୋକ ପ୍ରକାଶ କରିବା ସହ ଶେଷ ଦର୍ଶନ କରିଛନ୍ତି । ସେହିପରି ବରିଷ୍ଠ ଆଇନଜୀବୀ ରଜତ କୁମାର ରଥଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ । ରାଜ୍ୟ ଜଣେ ଦକ୍ଷ ଆଇନଜୀବୀଙ୍କୁ ହରାଇଲା ବୋଲି କହିଛନ୍ତି । ରଜତ କୁମାର ରଥ ଜଣେ ମେଳାପୀ, ମିଷ୍ଟଭାଷୀ ବ୍ୟକ୍ତି ଥିଲେ ବୋଲି ଡ.ସାମନ୍ତ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.