ସ୍ୱର୍ଗତ ମିହିର ଦାସଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଦେଲେ ଡ. ଅଚ୍ୟୁତ ସାମନ୍ତ

କଟକ(କେନ୍ୟୁଜ୍):  ଆଜି ବରିଷ୍ଠ ଅଭିନେତା ସ୍ୱର୍ଗତ ମିହିର ଦାସଙ୍କ ଏକାଦଶାହ । ଏହି ଅବସରରେ କଟକ ସାରଳା ଭବନରେ ସ୍ମୃତି ସଭା ଅନୁଷ୍ଠିତ ହୋଇଛି । ବହୁ ବିଶିଷ୍ଟ ବ୍ୟକ୍ତି ମିହିରଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

mihirdas1

ଅମର ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରିଛନ୍ତି । କିଟ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ମିହିର ଦାସଙ୍କ ସ୍ମୃତିଚାରଣ କରିଥିଲେ । କାଦମ୍ବିନୀର ସମ୍ପାଦିକା ଡ. ଇତି ସାମନ୍ତ ଏବଂ କଳିଙ୍ଗ ଟିଭିର ସିଏମଡି ହିମାଂଶୁ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ ।