ତିନି ଦିନିଆ କନ୍ଧମାଳ ଗସ୍ତରେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ବାଲିଗୁଡା ବ୍ଲକ ବିଜେଡି କର୍ମୀଙ୍କ ସହ କଲେ ଆଲୋଚନା 

ବାଲିଗୁଡ଼ା(କେନ୍ୟୁଜ୍): ତିନି ଦିନିଆ କନ୍ଧମାଳ ଗସ୍ତରେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ଗସ୍ତର ଦ୍ୱିିତୀୟ ଦିନରେ ବାଲିଗୁଡା ନିର୍ବାଚନ ମଣ୍ଡଳୀର ବାଲିଗୁଡା ବ୍ଲକ ବିଜେଡି କର୍ମୀଙ୍କ ସହ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନେଇ ଆଲୋଚନା କରିଛନ୍ତି । ବାଲିଗୁଡା ବ୍ଲକ ସଭାପତି ଟୁନା ଦାସଙ୍କ ଅଧକ୍ଷ୍ୟତାରେ ବାଲିଗୁଡାର ୧୫ ଓ ୧୬ ନମ୍ବର ଦୁଇଟି ଜିଲ୍ଲା ପରିଷଦ ଜୋନର ବିଜେଡି ପ୍ରାର୍ଥୀ ଓ ଦଳୀୟ କର୍ମୀଙ୍କ ସହ ପଂଚାୟତ ନିର୍ବାଚନ ନେଇ କନ୍ଧମାଳ ସାଂସଦ ଆଲୋଚନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ ବିକାଶକୁ ପାଥେୟ କରି ତୃଣମୂଳସ୍ତରରେ ଲୋକଙ୍କ ପାଇଁ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିବା ସହ ଜନସାଧାରଣଙ୍କ ନିକଟରେ ଆସ୍ଥା ଭାଜନ ହେବାକୁ ବାଲିଗୁଡା ବ୍ଲକର ଦୁଇ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ପରାମର୍ଶ ଦେଇଛନ୍ତି କନ୍ଧମାଳ ସାଂସଦ । ଏଥିସହ କନ୍ଧମାଳ ସାଂସଦ ଡ.ସାମନ୍ତ ଆଜିଠାରୁ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ବାଲିଗୁଡା ଜିଲ୍ଲା ପରିଷଦ ଜୋନରୁ ପ୍ରଚାର ଆରମ୍ଭ କରିଛନ୍ତି ।

achyuta samanta

ବାଲିଗୁଡା ଜିଲ୍ଲା ପରିଷଦ ୧୫ ନମ୍ବର ଜୋନର ପାର୍ଥୀନୀ ନନ୍ଦିନୀ ମଳିକ ଓ ୧୬ନମ୍ବର ଜିଲ୍ଲା ପରିଷଦ ଜୋନର ପ୍ରାର୍ଥୀ ଆଶିଷ ଦିଗାଳଙ୍କ ପାଇଁ ପ୍ରଚାର ସହ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଭୋଟ ଭିକ୍ଷା କରିଛନ୍ତି ଡ. ସାମନ୍ତ । ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ବାଲିଗୁଡା ବ୍ଲକ ସଭାପତି ଟୁନା ଦାସ, ବାଲିଗୁଡା ବିଧାୟକ ଚକ୍ରମଣୀ କଂହର, ବିଜେଡି ମହିଳା ଜନତା ଦଳର ସଭାନେତ୍ରୀ ପୁନମ କଂହର, ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ସୁନୀଲ ସେଠି, ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ବିଷ୍ଣୁ ଚରଣ ମଳିକ ସମେତ ଦୁଇ ଜିଲ୍ଲା ପରିଷଦ ପାର୍ଥି ଆଶିଷ ଦିଗାଳ ଓ ନନ୍ଦିନୀ ମଳିକ ଉପସ୍ଥିତ ଥିଲେ ।