ଯାଜପୁର: ସାହିତ୍ୟିକ ତଥା ଗବେଷକ ଡଃ ଏକାଦଶୀ ପାଢ଼ୀଙ୍କ ପରଲୋକ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଜିଲ୍ଲା ଦଶରଥପୁର ବ୍ଳକ ତରାଙ୍ଗସାଗରପୁର ଗ୍ରାମରେ ଜନ୍ମିତ ବର୍ଷିୟାନ ଶିକ୍ଷାବିତ, ସୁ-ସାହିତ୍ୟିକ, ବାଗ୍ମୀ, ଏକାଧିକ ସାହିତ୍ୟ ପୁସ୍ତକ ଓ ଐତିହାସିକ ସୋଧପତ୍ରର ରଚୟୀତା ତଥା ଓଡ଼ିଶା ମାଟିର ଆଗଧାଡ଼ିର ଜଣାଶୁଣା ଐତିହାସିକ ଡଃ ଏକାଦଶୀ ପାଢ଼ୀ(୭୭)ଙ୍କର ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଛି । ଡଃ ପାଢ଼ୀଙ୍କ ପରଲୋକ ଖବର ଜଣାପଡ଼ିବା ପରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ତାଙ୍କ ବିୟୋଗରେ ଯାଜପୁର ବିଧାୟକ ତଥା ବିଜେଡ଼ି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ,ସମାଜସେବୀ କର୍ଣ୍ଣାଟ କେଶରୀ ଦାସ, ପୂର୍ବତନ ପୌରପାଳ ଭବପ୍ରସାଦ ଦାସ, ଜିଲ୍ଲା ବିଜେଡ଼ି ସଭାପତି ସରୋଜ ମହାପାତ୍ର, ଚିନ୍ମୟ ଫାଉଣ୍ଡେନର ପ୍ରତିଷ୍ଠା ତଥା ଅଧ୍ୟକ୍ଷ ଚିନ୍ମୟ ଦାଶ, ସାରସ୍ୱତ ଗବେଷଣା ପ୍ରତିଷ୍ଠାନର ପ୍ରତିଷ୍ଠାତା ପ୍ରଧ୍ୟାପକ ଡଃ ସଦାନନ୍ଦ ଦିକ୍ଷୀତ, ପଣ୍ଡିତ ଗୁଣନିଧି ଦାଶ, ଶିଶୁ ସାହିତ୍ୟିକ ଧିରେନ୍ଦ୍ର ମଲ୍ଲିକ, ସାମ୍ବାଦିକ ଉମାକାନ୍ତ ଧଳ, ଖଗେଶ୍ୱର ଭଞ୍ଜ, ରବିନ୍ଦ୍ର ପୃଷ୍ଟି, ଧରଣୀଧର ମହାପାତ୍ର, ଡଃ ବାସୁଦେବ ମିଶ୍ର, ହରେରାମ ପଣ୍ଡା, ଶିକ୍ଷାବିତ୍ ଡଃ ଅକ୍ଷୟ କୁମାର ପଣ୍ଡା, ଡାକ୍ତର ଗୋପାଳ ଚନ୍ଦ୍ର ମିଶ୍ର, ଶିଶିର କୁମାର ପଣ୍ଡା, ଜ୍ଞାନ ରଂଜନ ତ୍ରିପାଠୀ, ପୂର୍ଣ୍ଣ ଦାସ, ସାହିତ୍ୟିକ ଭୁବନ ମୋହନ ମହାନ୍ତି, ଶିକ୍ଷାବିତ ସଂଯୁକ୍ତା ମହାପାତ୍ର, ରମାକାନ୍ତ ଶତପଥୀ, ସାମ୍ବାଦିକ କୌଶିକ ଦାସ, ମହେଶ୍ୱର ଜେନା, ମାନସ କୁମାର ଜେନା, ଚନ୍ଦ୍ରଶେଖର ସାହୁ, ସୁରେଶ ଚନ୍ଦ୍ର କର ପ୍ରମୁଖ ଗଭିର ଶୋକ ପ୍ରକାଶ କରିଛନ୍ତି ।
ସ୍ୱର୍ଗତ ପାଢ଼ୀଙ୍କ ମରଶରୀରକୁ ନିଜ ପୈତୃକ ଗ୍ରାମ ତରାଙ୍ଗସାଗରପୁର ସ୍ଥିତ ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ଜିଲ୍ଲା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଅନ୍ତିମ ସତ୍କାରରେ ଯୋଗଦାନ କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ ।