ବଦଳିଲେ ଓଡ଼ିଶାର ରାଜ୍ୟପାଳ, ଡ. ହରିବାବୁ କମ୍ଭମପତି ଓଡ଼ିଶା ନୂଆ ରାଜ୍ୟପାଳ
ବଦଳିଲେ ଓଡ଼ିଶାର ରାଜ୍ୟପାଳ। ଡ. ହରିବାବୁ କମ୍ଭମପତି ଓଡ଼ିଶା ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ମିଜୋରାମ ରାଜ୍ୟପାଳ ଅଛନ୍ତି ହରିବାବୁ କମ୍ଭମପତି । ଓଡ଼ିଶା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ। ରଘୁବର ଦାସଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ରାଷ୍ଟ୍ରପତି । ୩୧ ଅକ୍ଟୋବର ୨୦୨୩ରେ ଓଡ଼ିଶା ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ ରଘୁବର ।