ସାହିତ୍ୟରେ ଉତ୍କର୍ଷ ପାଇଁ ଡ.ଇତି ସାମନ୍ତ ସମ୍ମାନିତ, Indian Women Achievement Award 2024 ପାଇଁ ହେଲେ ସମ୍ମାନିତ

ଭୁବନେଶ୍ୱର  : ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ କ୍ଷେତ୍ରରେ ସଫଲତା ହାସଲ କରିଛନ୍ତି ଭାରତୀୟ ମହିଳା । ଅନେକ କ୍ଷେତ୍ରରେ ନିଜ ନିଜର ପାରଦର୍ଶିତା ପ୍ରତିପାଦନ କରି ସଫଳ ହୋଇ ଦେଶର ନାଁକୁ ଉଚ୍ଚକୁ ନେଇପାରିଛନ୍ତି । ଆଗାମୀ ଦିନରେ ଏହି ସଫଳତାକୁ ଆହୁରି ଆଗକୁ ନେବା ପାଇଁ ଉତ୍ସାହ ପ୍ରେରଣାର ଆବଶ୍ୟକ । ତେବେ ଏହି ଉତ୍ସାହ ଓ ପ୍ରେରଣା ଦେବା ପାଇଁ ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଯାଇଛି Indian Women Achievement Award ଏବଂ Karnatak Women Achievement Award 2024  ।

ଗତକାଲି ସଂଧ୍ୟାରେ ବେଙ୍ଗାଲୁରୁ ୟେଶ୍ୱବନ୍ତପୁରରେ ଅନୁଷ୍ଠିତ ହୋଇଥିଲା ପୁରସ୍କାର ବିତର ଉତ୍ସବ । କାର୍ଯ୍ୟକ୍ରମରେ IWAA ପକ୍ଷରୁ ଡକ୍ଟର ଇତି ସାମନ୍ତଙ୍କୁ literary Excellence କ୍ଷେତ୍ରରେ Indian Women Achievement Award 2024 ପ୍ରଦାନ କରାଯାଇଛି । ଡକ୍ଟର ଇତି ସାମନ୍ତ ଅନୁପସ୍ଥିତ ଥିବାରୁ ତାଙ୍କର ଏହି ସମ୍ମାନକୁ କିଟ୍ ର ଡେପୁଟୀ ଡାଇରେକ୍ଟର ସସ୍ମିତା ରାଉତ, ରାଜମାତା ଡକ୍ଟର ପ୍ରମୋଦା ଦେବୀ ୱ୍ବଦିୟରଙ୍କ ଠାରୁ ଗ୍ରହଣ କରିଛନ୍ତି । IWAAର ଫଉଣ୍ଡର ତଥା ନିର୍ଦ୍ଦେଶୀକା ସ୍ପୃତୀ ବିଶ୍ୱାସ ଡକ୍ଟର ଇତି ସାମନ୍ତଙ୍କୁ ଭୂରି ପ୍ରଶଂସା କରିଥିଲେ । ଏହି ପୁରସ୍କାର କର୍ଣ୍ଣାଟକ ଓ ଭାରତୀୟ ମହିଳାଙ୍କ ଉଲ୍ଲେଖନୀୟ ସଫଳତାର ପ୍ରମାଣ । ଚଳିତ ବର୍ଷ ଜାତୀୟ ସ୍ତରରୁ ବିଭିନ୍ନ କ୍ଷେତ୍ରରୁ ସର୍ଭେ କରାଯାଇ ଜାତୀୟ ସ୍ତରରେ ମୋଟ ୩୧ ଜଣ ପ୍ରତିଷ୍ଠିତ ମହିଳାଙ୍କୁ IWAA -2024 ମିଳିଛି ।

କର୍ଣ୍ଣାଟକ ରାଜ୍ୟରୁ ୩୦ ଜଣ ମହିଳାଙ୍କୁ ମିଳିଛି KWAA -2024 ସମ୍ମାନ । ଫାଉଣ୍ଡର ସ୍ପୁର୍ତୀ ବିଶ୍ବସଙ୍କ ତତ୍ତ୍ଵାବଧାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜମାତା ଡକ୍ଟର ପ୍ରମୋଦା ଦେବୀ ୱ୍ବଦିୟାର୍, ଅଶ୍ୱିନୀ ପୁନିତ୍ ରାଜକୁମାର ଏବଂ କର୍ଣ୍ଣାଟକର ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଏମ.ସି ସୁଧାକର ଯୋଗଦେଇଥିଲେ । ଅନ୍ୟ ଅତିଥି ଭାବେ ପୂଜା ଗାନ୍ଧୀ, ନିର୍ଦ୍ଦେଶକ ସି.ବିନୋଦ ହାୟଗ୍ରୀଭ, ପରିଚାଳନା ନିର୍ଦ୍ଦେଶକ ତ୍ରିବେଣୀ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ କବିତା କ୍ରୀଷ୍ଣାମୂର୍ତ୍ତି, ଡ.ପୁଷ୍ପା ଦ୍ରାବିଡ, ମିନାକ୍ଷୀ ପି’ଙ୍କୁ life time Indian Women Achievement Award ପ୍ରଦାନ କରାଯାଇଛି। ଏଥିସହ Iconic ଲିଗାଲ ପାଇଁ ଆଇଜୀବୀ ଡ.ପିଙ୍କି ଆନନ୍ଦ, iconic travels ପାଇଁ କାମିଆ ଜେନ୍ ଓ Legent indian cenama ପାଇଁ ଖୁସୁବ ସୁନ୍ଦରଙ୍କ ସମେତ ଅନ୍ୟ ବିଭିନ୍ନ କ୍ଷେତ୍ରରୁ ପ୍ରତିଷ୍ଠିତ ମହିଳାଙ୍କୁ ମିଳିଛି Indian Women Achievement Award 2024 ।