ଲଣ୍ଡନ ୱାର୍ଲଡ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଡ ପଙ୍କଜ କୁମାର ଜେନା

ବାଲେଶ୍ବର: ନୈତିକତା ଶିକ୍ଷା ପଦ୍ଧତି ତିଆରି କରି ଲଣ୍ଡନ ୱାର୍ଲଡ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ବାଲେଶ୍ବରର ପୁଅ ଡ. ପଙ୍କଜ କୁମାର ଜେନା । ବାଲେଶ୍ଵର ଜିଲ୍ଲା ସୋର ବ୍ଳକ ଗୁଜୁଡିହାର ପଙ୍କଜ ଯିଏକି ଏବେ ସୋର ଶ୍ରୀନିବାସ କଲେଜ, ମଙ୍ଗଳପୁରରେ ରସାୟନ ବିଜ୍ଞାନ ଅଧ୍ୟାପକ ଥିବା ବେଳେ ବିଜ୍ଞାନ ପତ୍ରିକା ଅଗ୍ନିଡେଣାର ମଧ୍ୟ ସମ୍ପାଦକ ଅଛନ୍ତି।

ବାପା ସ୍ୱର୍ଗତଃ ଗୟାଧର ଜେନା, ମାତା ଗୋଦାବରୀ ଙ୍କ ପୁଅ ଡ଼ ଜେନା, ସ୍ତ୍ରୀ ସୁଚିତ୍ରା ଜେନା ଜଣେ ଅଧ୍ୟାପିକା । ଆଗାମୀ ପିଢ଼ି କେମିତି ନଷ୍ଟ ନ ହୋଇ ଜଣେ ଜଣେ ଭଲ ମଣିଷ ହେବେ, କେମିତି ଜୀବନ ନ ହାରିବେ , ଆଉ ବାପା ମା’ ମାନଙ୍କୁ କେମିତି ବୃଦ୍ଧାଶ୍ରମ ଯିବାକୁ ନ ପଡିବ, ପିଲାମାନେ ବାପା ଓ ମା’ଙ୍କର କେମିତି ଯତ୍ନ ନେବେ, ପିଲାଟିଏ କେମିତି ତା’ର ସାତ ପୁରୁଷ କଥା ମନେରଖିବେ ସେଥ‌ିପାଇଁ ଏକ ଛଅ ମାସିକିଆ ପାଠ୍ୟ ଖସଡ଼ା ପ୍ରସ୍ତୁତ କରି ଡ. ଜେନା ଚର୍ଚ୍ଚାକୁ ଆସିଥିଲେ । ଆଉ ସଂସ୍କାର, ସଂସ୍କୃତି ମୁକ୍ତ ବିଦ୍ୟାଳୟ ଖୋଲିଛନ୍ତି ଯାହା ବିନା ମୂଲ୍ୟରେ ମଣିଷ ହେବ ପାଇଁ ଶିକ୍ଷା ଦିଏ । ଡ. ଜେନାଙ୍କ ମତରେ ଯଦି ଆଗାମୀ ପିଢ଼ି ତା ପରିବାରକୁ ଭୁଲିଯିବ, ତେବେ ସେ ଦେଶର କେହି ହୋଇପାରିବନି।

ଆଜିକାଲି ବାପା ମା’ ମଲେ ବି ପିଲାମାନେ ଶୁଦ୍ଧିକୁ ଆସୁନାହାନ୍ତି I ଡ. ଜେନାଙ୍କ ଦ୍ବାରା ତିଆରି ହୋଇଥିବା ଛଅ ମାସିଆ ପାଠ୍ୟ ଖସଡ଼ା ଦ୍ବାରା ଏ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ବୋଲି ଉଲ୍ଲେଖ କରିଛନ୍ତି। ୱାର୍ଲଡ ବ୍ଲକ ଅଫ ରେକର୍ଡ ଲଣ୍ଡନରେ ସ୍ଥାନ ପାଇଛନ୍ତି । ଗତ ୧୨ ତାରିଖରେ ମଧ୍ୟପ୍ରଦେଶ ଇନ୍ଦୋରଠା ରେ ତାଙ୍କୁ ସମ୍ମାନିତ କରିଛନ୍ତି । ଏହା ସମାଜ ରକ୍ଷା ପାଇଁ ଏକ ମହତ୍ବ କାମ । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ମଙ୍ଗୁଭାଇ ସି ପଟେଲ, ଲଣ୍ଡନର ଡେପୁଟି ଲେଉଟାଣ୍ଟ ଏବଂ କିଙ୍ଗ ଚାର୍ଲସ ସିମନ ସିମନ ନେ ନୋଏଲ ଅଭେନସ ଡିଏଲ, ଲଣ୍ଡନ ଚର ମହେନ୍ଦ୍ର ସିଂହ ସି.ଜାଡେଡା, ଦୀପକ ସିଂହ ଆଇଏଏସ ପ୍ରମୁଖ ମୁଖ ଅତିଥ୍‌ ମାନକ ମାନଙ୍କ ଦ୍ବାରା ଡଃ ଜେନା ସମ୍ମାନିତ ହୋଇଥିଲେ I ସମାଜ ରକ୍ଷା ପାଇଁ ଏହା ଏକ ମୁଖ୍ୟ କାମ ବୋଲି ଅତିଥ୍ ମାନେ କହିଥିଲେ । ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।