ଲୋକାୟୁକ୍ତ ସଦସ୍ୟ ଭାବେ ଦାୟିତ୍ୱ ନେଲେ ପୂର୍ବତନ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା

ଲୋକାୟୁକ୍ତ ସଦସ୍ୟ ଭାବେ ଦାୟିତ୍ୱ ନେଲେ ପୂର୍ବତନ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ଭୁବନେଶ୍ୱରସ୍ଥିତ ତୋଷାଳୀ ପ୍ଲାଜାରେ ଥିବା ଲୋକାୟୁକ୍ତ କାଯ୍ୟାର୍ଳୟରେ ଅପରାହ୍ଣରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୮୬ ବ୍ୟାଚର ଆଇପିଏସ୍‌ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସ୍ୱେଚ୍ଛାକୃତ ଅବସର ନେବା ପରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି। ଓଡ଼ିଶା ଲୋକାୟୁକ୍ତ ଚୟନ କମିଟି ଡାକ୍ତର ଶର୍ମାଙ୍କ ନାମକୁ ସଦସ୍ୟ ଭାବେ ସୁପାରିଶ କରିଥିଲା। ଚୟନ କମିଟିର ସୁପାରିଶକୁ ରାଜ୍ୟପାଳ ଗ୍ରହଣ କରିବା ପରେ ଆଜି ଡାକ୍ତର ଆର୍‌ ପି. ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଲୋକାୟୁକ୍ତ ସଦସ୍ୟ ଭାବରେ ଦାୟିତ୍ୱ ନେବା ପୂର୍ବରୁ ସେ ପୋଲିସ ଡିଜି ପଦ ବି. କେ. ଶର୍ମାଙ୍କୁ ହସ୍ତାନ୍ତର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.