ଆଜି ନୋମିନେସନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ,ପ୍ରସ୍ତାବକ ଅଛନ୍ତି ଓଡ଼ିଶାର ଦୁଇ କ୍ୟାବିନେଟ ମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଦ୍ରୌପଦୀ ମୁର୍ମୁ ନୋମିନେସନ ଦାଖଲ କରିବେ । ପ୍ରସ୍ତାବକ ଅଛନ୍ତି ଓଡ଼ିଶାର ଦୁଇ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ। ନୋମିନେସନ ସମୟରେ ଏହି ଦୁଇ ମନ୍ତ୍ରୀ ଉପସ୍ଥିତ ରହିବେ । ଦିନ ସାଢ଼େ ୧୨ଟାରେ ନୋମିନେସନ କରିବେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ।

ଏହା ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ବାସଭବନରେ ତାଙ୍କର ନାମାଙ୍କନ ପତ୍ର ପ୍ରସ୍ତୁତ ହୋଇଥିଲା । ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଦିଲ୍ଲୀରେ ପହଞ୍ଚି ଦ୍ରୌପଦୀଙ୍କ ନାମାଙ୍କନରେ ପ୍ରସ୍ତାବକ ଭାବରେ ସ୍ୱାକ୍ଷର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.