ଦୁର୍ଦ୍ଦାନ୍ତ ଡକାୟତ ଗ୍ୟାଙ୍ଗ ଗିରଫ, ଅନେକ ଅଳଙ୍କାର ସହ ନଗଦ ୩୩ ହଜାର ଜବତ

ବାଲିଗୁଡ଼ା: ତୁମୁଡିବନ୍ଧ ଥାନା ଅଞ୍ଚଳରେ ଦୀର୍ଘ ଦୁଇ ମାସ ଧରି ଆତଙ୍କ ଖେଳାଇଥିବା କୁଖ୍ୟାତ ଡକାୟତି ଗ୍ୟାଙ୍ଗ ଗିରଫ ।   ଗିରଫ ପାଞ୍ଚ ଦୁର୍ଦ୍ଦାନ୍ତ ଡକାୟତ ହେଲେ ପ୍ରିୟ ରଞ୍ଜନ ମଣ୍ଡଳ, ମୋତିରାମ ପରାସେଟ, ପିଙ୍କୁ ନାୟକ, ରିଚାର୍ଡ ନାୟକ ଓ ଜନକ ନାୟକ। ସେମାନଙ୍କ ନିକଟରୁ ୧୫୦ ଗ୍ରାମ ସୁନା ଅଳଙ୍କାର, ୧୬ ଗ୍ରାମ ରୁପା ଅଳଙ୍କାର ସମେତ ନଗଦ ୩୩ ହଜାର ଟଙ୍କା, ଦୁଇଟି ମୋବାଇଲ ଓ ପାଞ୍ଚଟି କଳା ମାସ୍କ ଜବତ କରିଛି ତୁମୁଡିବନ୍ଧ ପୋଲିସ ।

ଗିରଫ ୫ ଅଭିଯୁକ୍ତଙ୍କ ନାଁ ରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଛି ।  ଏହି ଗ୍ୟାଙ୍ଗ ମାସ୍କ ପିନ୍ଧି ବନ୍ଧୁକ ମୁନରେ ଡକାୟତି କରିବା ସହ ଭୁଜାଲି ଦେଖାଇ ଆତଙ୍କ ଖେଳାଇ ଠିକାଦାର ଓ ବ୍ୟବସାୟୀ ଘରେ ପଶି ଲୁଟୁଥିଲେ ।  ଏହା ପରେ ମୁନିଗୁଡା ଅଂଚଳର ବିଭିନ୍ନ ଜଙ୍ଗଲରେ ଆତ୍ମଗୋପନ କରୁଥିଲେ ।  ଗିରଫ ଅଭିଯୁକ୍ତଙ୍କ ବହୁତ ବଡ଼ ନେଟୱର୍କ ରହିଥିବା ବେଳେ ଏହି ଗ୍ୟାଙ୍ଗରେ ଆଉ କେହି ସାମିଲ ଅଛି କି ନାହିଁ ସେ ନେଇ ଅଧିକ ତଦନ୍ତ ଜାରୀ ରହିଥିବା କହିଛନ୍ତି ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ ।

Also read: ବଡ଼ ଧରଣର ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ ଗିରଫ, ୬ ଗିରଫ