ପାନୀୟ ଜଳ କଷ୍ଟ ଭୋଗୁଛନ୍ତି ଭୀମଖୋଲ ଗାଁ ଲୋକେ: ଯେଉଁ ପାଣିରେ ଗାଧୋଉଛନ୍ତି ସେଇ ପାଣି ପିଉଛନ୍ତି

କମିବାରେ ଲାଗିଛି ଭୂତଳ ଜଳସ୍ତର । ନଳକୂପରୁ ବାହାରୁନି ପାଣି । ପାନୀୟ ଜଳ ପାଇଁ ନାଳର ଦୂଷିତ ଚୁଆଁ ପାଣି ଉପରେ ନିର୍ଭର । ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ଗ୍ରାମପଂଚାୟତର ଭୀମଖୋଲ ଗାଁ । ଜଳକଷ୍ଟରେ ଜୁଝୁଛନ୍ତି ଗାଁ ଲୋକେ । ଗାଁରେ ୩୦ ରୁ ଅଧିକ ପରିବାର ବସବାସ କରୁଥିବାବେଳେ ସେମାନଙ୍କ ପାଇଁ ରହିଛି ଗୋଟିଏ ନଳକୂପ । 

ହରଭଙ୍ଗା(କେନ୍ୟୁଜ): କମିବାରେ ଲାଗିଛି ଭୂତଳ ଜଳସ୍ତର । ନଳକୂପରୁ ବାହାରୁନି ପାଣି । ପାନୀୟ ଜଳ ପାଇଁ ନାଳର ଦୂଷିତ ଚୁଆ ପାଣି ଉପରେ ନିର୍ଭର । ଏଭଳି ଅବସ୍ଥା .ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ଗ୍ରାମପଂଚାୟତର ଭୀମଖୋଲ ଗାଁରେ । ଜଳକଷ୍ଟରେ ଜୁଝୁଛନ୍ତି ଏହି ଗାଁ ଲୋକେ । ଏହି ଗାଁରେ ୩୦ ରୁ ଅଧିକ ପରିବାର ବସବାସ କରୁଥିବାବେଳେ, ସେମାନଙ୍କ ପାଇଁ ରହିଛି ମାତ୍ର ଗୋଟିଏ ବୋଲି ନଳକୂପ ।

ଭୂତଳ ଜଳସ୍ତର ଦିନକୁ ଦିନ ହ୍ରାସ ପାଉଥିବା କାରଣରୁ ସେହି ଗୋଟିଏ ବୋଲି ନଳକୂପରୁ ବି ପାଣି ବାହାରୁନି । ଏହାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଆଉ ଏକ ନଳକୂପ ଖୋଳାଯାଇଥିଲା । ହେଲେ ସେଠାରୁ ବି କଳଙ୍କି ଲଗା ଦୂଷିତ ପାଣି ବାହାରୁଥିବାରୁ ପାଣି ପିଇବା ତ ଦୁରର କଥା ତାହା କେବଳ ବ୍ୟବହାର କରିବା ପାଇଁ ଅନୁପଯୋଗୀ ହୋଇପଡିଛି । ଫଳରେ ପାଣି ପାଇଁ ନାଳର ଦୂଷିତ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି ଗାଁ ଲୋକେ ।

ଏମିତିି କି, ଯେଉଁଠି ଗାଈଗୋରୁ ପାଣି ପିଉଛନ୍ତି ସେଇଠି ଲୋକମାନେ ଗାଧୋଉଛନ୍ତି । ଆଉ ସେହି ପାଣିକୁ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ନେଉଛନ୍ତି । ଗାଁ ଠାରୁ ପ୍ରାୟ ଦେଢ କିମି ଦୁରରେ ଥିବା ଏହି ନାଳ ଉପରେ ବର୍ଷ ତମାମ ନିର୍ଭର କରିଥାନ୍ତି ଗାଁ ଲୋକେ । ପିଇବା ପାଇଁ ହେଉ କି ଗାଧୋଇବା ପାଇଁ ହେଉ ନାଳର ଏହି ଦୂଷିତ ପାଣି ହିଁ ଏମାନଙ୍କ ଶୋଷ ମେଣ୍ଟାଉଛି । ନାଳର ଏହି ଦୂଷିତ ପାଣି ବ୍ୟବହାର କରି ଲୋକେ ନାନାଦି ରୋଗର ଶିକାର ହେଉଥିବା ଅଭିଯାଗ କରିଛନ୍ତି ।

ବିଶେଷ କରି ଖରା ଦିନରେ ପାଣି ପାଇଁ ଡହକ ବିକଳ ହେଉଛନ୍ତି ଗ୍ରାମବାସୀ ।  ଭୂତଳ ଜଳସ୍ତର ହ୍ରାସ ପାଉଥିବା କାରଣରୁ ପାନୀୟ ଜଳ ପାଇଁ କଷ୍ଟ ଭୋଗୁଥିବା ଏହି ଭୀମଖୋଲ ଗ୍ରାମବାସୀଙ୍କ ପାଇଁ ସ୍ଥାୟୀ ଭାବେ କୌଣସି ପାନୀୟ ଜଳ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

 

 

 

You might also like