ଆଠଗଡ଼ ରାଜବଲ୍ଲଭପୁର ଗାଁରେ ପାନୀୟ ଜଳ ସମସ୍ଯା, ନାଳ ପାଣି ପିଇବାକୁ ବାଧ୍ଯ ହେଉଛନ୍ତି ଏଠାକାର ବାସିନ୍ଦା

ଆଠଗଡ଼(କେନ୍ଯୁଜ୍):  ଆଠଗଡ଼ ବ୍ଲକ ଅନ୍ତର୍ଗତ ଗୋବରା ପଞ୍ଚାୟତ ଅଧୀନ ରାଜବଲ୍ଲଭପୁର ଗାଁ। ଏହି ଗାଁ ପାଖାପାଖି ପାଞ୍ଚ ଶହରୁ ଅଧିକ ଲୋକ ବସବାସ କରନ୍ତି। କିନ୍ତୁ ମାସେ କି ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ଏଠାରେ ଦେଖା ଦେଇଛି  ପାନୀୟ ଜଳ ସମସ୍ଯା। ଟିକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଏହି ଗାଁ ଲୋକେ।

କାହିଁ କେତେ ବର୍ଷ ତଳୁ ଗାଁ ମଧ୍ୟରେ ରହିଛି ଏହି ଗୋଟିଏ ବୋଲି ନଳକୂପ। କିନ୍ତୁ ଦୁଃଖର କଥା ଏଥିରୁ ବାହାରୁଥିବା ପାଣି ମଇଳା ଓ ଅନୁପଯୋଗୀ। ଏହାସହ ଦୀର୍ଘଦିନ ଧରି ନଳକୂପଟି ମରାମତି ହୋଇନଥିବାରୁ ବିଳମ୍ବରେ ପାଣି ବାହାରିବା ସହିତ ଏଥିରୁ ବାହାରୁଛି ଆଇରନ ଯୁକ୍ତ ଜଳ । ତଥାପି ଏହି ପାଣି ଟିକେ ନେବା ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡ଼ା ହେବାକୁ ପଡୁଛି ଗ୍ରାମର ମହିଳା ମାନଙ୍କୁ । ଯିଏ ଆଗରେ ଆସିବ ସେ ଆଗେ ପାଣି ନେବ , ଆଉ ଯିଏ ପଛରେ ଆସିବ ସେ ଧାଡିରେ ଛିଡ଼ା ହୋଇ ରହିବାକୁ ପଡିବ।

ଯାହାଫଳରେ ଗାଁ ମୁଣ୍ଡରେ ବହି ଯାଇଥିବା ଏକ ନାଳର ପାଣିହିଁ ଏହି ଗାଁ ଲୋକ ମାନଙ୍କ ପାଇଁ ସାହାଭରସା ପାଲଟିଛି । ଗାଁ ଦାଣ୍ଡରେ ମହିଳା ମାନେ ଧାଡ଼ି ବାନ୍ଧି ନାଳପାଣି ଆଣିବାକୁ ଯାଇଥାନ୍ତି। କି ବର୍ଷା କି ଖରା, ବର୍ଷ ତମାମ ଏହି ପାଣି ଯେମିତି ଗ୍ରାମବାସୀ ଡହଳ ବିକଳ। ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଯାଇଥାନ୍ତି ବିପଦ ସଂକୁଳ ଅବସ୍ଥାରେ ନାଳକୁ ପାଣୀ ଟିକିଏ ପାଇଁ ।

ଆଠଗଡ଼ର ଜନସାଧାରଣ କେମିତି ସୁବିଧାରେ ପାନୀୟ ଜଳ ପାଇ ପାରିବେ ସେନେଇ ରାଜ୍ଯ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ବସୁଧା ଜଳ ଯୋଗାଣ ପ୍ରକଳ୍ପ,ସ୍‌ୱଜଳଧାରା ଜରିଆରେ ଗାଁ ଗାଁ ରେ ହେଉଛି ଅନେକ କାର୍ଯ୍ଯକ୍ରମ। କିନ୍ତୁ କେଉଁଠି ତାହା କାର୍ଯ୍ଯକାରୀ ହେଉଛି ତ ଆଉ କେଉଁଠି ଏବେବି ସ୍ୱପ୍ନ ପାଲଟିଛି। ତେବେ ଦୀଘ ବର୍ଷ ଧରି ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳ ମିଳୁ ନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଯଦି ଏଭଳି ଭାବେ ନାଳ ପାଣି ବ୍ଯବହାର କରି ଗାଁ ଲୋକେ ଜୀବନ ଅତିବାହିତ କରିବେ, ତେବେ ଭବିଷ୍ଯତରେ କିଏ କେଉଁ ଅଜଣା ରୋଗରେ ଆକ୍ରାନ୍ତ ହେବ ତାହା କରିବା ମୁସ୍କିଲ୍ । ତେଣୁ ତୁରନ୍ତ ଏଥି ପ୍ରତି ସ୍ଥାନୀୟ ପ୍ରଶାସନ ଓ ରାଜ୍ଯ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.