ମହାକାଳପଡ଼ାରେ ବସୁଧା ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା(କେନ୍ୟୁଜ୍) : ସମସ୍ତଙ୍କୁ ପାନୀୟ ଜଳ । ବସୁଧା ଯୋଜନାରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପେଟଛେଲା ପଞ୍ଚାୟତର ସରୁମୁହିଁ ରେଡକ୍ରସ ପଡ଼ିଆରେ ଏନେଇ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର‌୍ୟ୍ୟକ୍ରମ । ଏହି ପାନୀୟ ଜଳ ପ୍ରକଳ୍ପରେ ଖର୍ଚ୍ଚ ହେବ ୨୪୧କୋଟି ଟଙ୍କା । ଉପକୃତ ହେବେ ମହାକାଳପଡ଼ା ବ୍ଲକର ୧୪୮ଟି ଗାଁ, ମାର୍ଶାଘାଇ ବ୍ଲକର ୫୨ଟି ଗାଁ ଓ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ୨୦୦ଟି ଗାଁ । ବିଶୁଦ୍ଧ ପାନୀୟ ଜଳ ପାଇବେ ମୋଟ୍‌ ୨ ଲକ୍ଷ ୩୬ ହଜାର ଲୋକ । କାର‌୍ୟ୍ୟକ୍ରେରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।