ଡ୍ରାଇଭର ସଂଘ ଆନ୍ଦୋଳନ ପ୍ରଭାବରେ ହନ୍ତସନ୍ତ ଜନତା, ରାଜଧାନୀରେ ପେଟ୍ରୋଲ୍‌ ଡିଜେଲ୍‌ ମଡ଼କ; ପରିବା ଦର ଆକାଶ ଛୁଆଁ

ମାର୍କେଟ ଉପରେ ପଡ଼ିଛି ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ପ୍ରଭାବ। ଆସନ୍ତା ୧୫ ଦିନ ପାଇଁ ସାମଗ୍ରୀ ମହଜୁଦ ଥିବା କହିଛି ଓଡ଼ିଶା ବ୍ୟବସାୟୀ ମହାସଂଘ । ତେଣୁ ଭୟଭୀତ ନହୋଇ ଅଯଥା ସାମଗ୍ରୀ ନକିଣିବାକୁ ଅନୁରୋଧ କରିଛନ୍ତି।

ଭୁବନେଶ୍ୱର (କେନ୍ୟୁଜ): ତିନିଦିନ ହେବ ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ବିଗିଡ଼ିବାକୁ ଲାଗିଲାଣି ବଜାର ସ୍ଥିତି। ମାର୍କେଟ ଉପରେ ପଡ଼ିଛି ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ପ୍ରଭାବ। ଧୀରେ ଧୀରେ ମାର୍କେଟରୁ ଅତ୍ୟାବଶ୍ୟକ ସାମଗ୍ରୀ କମିବା ସାଙ୍ଗକୁ ତେଲ ଟାଙ୍କିରୁ ପେଟ୍ରୋଲ, ଡିଜେଲ ଉଭାନ ହେବାକୁ ଲାଗିଲାଣି । ଏହି କ୍ରମରେ ରାଜଧାନୀର ବିଭିନ୍ନ ପେଟ୍ରୋଲ ଲୋକଙ୍କର ଲମ୍ୱାଧାଡ଼ି ଦେଖିବାକୁ ମିଳିଛି। ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ତେଲ ଟ୍ୟାଙ୍କରଗୁଡି଼କ ଆସିପାରୁ ନଥିବାରୁ ଏପରି ଭାଳେଣି ଦେଖାଦେବା ସହିତ ପେଟ୍ରୋଲ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏବେ ଲୋକେ ୧୦୦ ଟଙ୍କା ବଦଳରେ ଦୁଇଶହ ଟଙ୍କାପେ ପକାଉଛନ୍ତି ତେଲ।

ସେହିପରି ହଠାତ୍‌ ପରିବା ବଜାରରେ ଦରବୃଦ୍ଧି ହେଲାଣି । ରାସ୍ତାରେ ଗାଡ଼ି ଅଟକି ରହିଥିବାରୁ ବଜାରରେ ଅସ୍ଥିରତା ଦେଖାଯାଇଥିବା କୁହାଯାଉଛି । ୬୦ ଉପରେ ସବୁ ପରିବା ଦର। ଦୁଇ ଦିନ ତଳେ ୨୦-୩୦ ଟଙ୍କାରେ ବିକ୍ରି ହେଉଥିବା ପରିବା ଆଜି କେଜି ୬୦ଟଙ୍କାରେ ବିକ୍ରି ହେଉଛି। ବ୍ୟବସାୟୀଙ୍କ କହିବା କଥା ଗାଡ଼ି ମୋଟର ବନ୍ଦ ହୋଇଗଲା। ବାହାର ରାଜ୍ୟରୁ ଆମଦାନୀ ହେଉଥିବା ଆଳୁ, ପିଆଜ, ରସୁଣ, କ୍ୟପସିକମ୍, ପୋଟଳ ଭଳି ପରିବା ଯାହା ଯେତିକି ଥିଲା ସରିବାକୁ ବସିଛି। ଯଦି ଆଉ ନୂଆ ପରିବା ଯୋଗାଣ ହେବ ତେବେ ଗଚ୍ଛିତ ଥିବା ସାମଗ୍ରୀର ଦାମ୍‌ ବଢ଼ିବା ନିଶ୍ଚିତ । ରାଜ୍ୟବାହାରୁ ଆସୁଥିବା ଗାଡ଼ି ଅଟକି ରହିଥିବାରୁ ପରିବା ପହଞ୍ଚି ପାରୁନାହିଁ। ପାଇକାରୀ ବଜାରରେ ପରିବା ମହଜୁଦ ନଥିବାରୁ ଏପରି ସ୍ଥିତି ହୋଇଛି। ଫଳରେ ଖୁଚୁରା ବ୍ୟବସାୟୀ ପରିବାକୁ ଅଧିକ ଦରରେ ବିକ୍ରି କରୁଥିବା ବ୍ୟବସାୟୀ ସଂଘ କହିଛି। ସ୍ଥିତି ଏପରି ଯେ କିଛି ପରିବାକୁ ଛାଡିଦେଲେ ଅନ୍ୟ ପରିବା ବଜାରରେ ଦେଖିବାକୁ ମିଳୁନି।

ଅନ୍ୟପଟେ ବଜାରରେ ତେଜରାତି ସାମଗ୍ରୀ ଦର ସ୍ୱାଭାବିକ ରହିଛି। ଆସନ୍ତା ୧୫ ଦିନ ପାଇଁ ସାମଗ୍ରୀ ମହଜୁଦ ଥିବା କହିଛି ଓଡ଼ିଶା ବ୍ୟବସାୟୀ ମହାସଂଘ । ତେଣୁ ଭୟଭୀତ ନହୋଇ ଅଯଥା ସାମଗ୍ରୀ ନକିଣିବାକୁ ଅନୁରୋଧ କରିଛନ୍ତି।

 

Leave A Reply

Your email address will not be published.