ରାସ୍ତା କଡକୁ ଓଲଟି ଜଳିଗଲା କୋଇଲା ବୋଝେଇ ଟ୍ରକ, ଡ୍ରାଇଭର ଜୀବନ୍ତ ଦଗ୍ଧ

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଆଦର୍ଶବିଦ୍ୟାଳୟ ସାମ୍ନାରେ ଭାରସାମ୍ଯ ହରାଇ ଓଲଟି ଜଳିଗଲା କୋଇଲା ବୋଝେଇ ଟ୍ରକ। ଡ୍ରାଇଭର ଜିବନ୍ତ ଦଗ୍ଧ। ମୃତ ଡ୍ରାଇଭରର ପରିଚୟ ମିଳିପାରି ନାହିଁ।

ଗତକଲି ସନ୍ଧ୍ୟା ସମୟରେ ଓଡ଼ି ୩୫ ସି ୦୪୩୬ କୋଇଲା ବୋଝେଇ ଟ୍ରକଟି ତାଳଚେରରୁ ଡୁବୁରି ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବାରିହାପୁର ଆଦର୍ଶ ବିଦ୍ୟାଳୟ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିବା ପରେ ଟ୍ରକରେ ଘଟିଥିଲା ଅଗ୍ନିକାଣ୍ଡ। ରାସ୍ତା କଡ଼ରେ ଟ୍ରକଟି ହୁହୁ ହୋଇ ଜଳି ଯାଇଥିବା ବେଳେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଉଛନ୍ତି। ବର୍ତ୍ତମାନ ସୁଦ୍ଧା ଡ୍ରାଇଭରଙ୍କ ପରିଚୟ ମିଳିପାରି ନାହିଁ।

Leave A Reply

Your email address will not be published.