ଭାରସାମ୍ୟ ହରାଇ ଓଲଟିଲା ଟ୍ରାକଟର,ଚାଳକ ମୃତ

କଣ୍ଟାବାଞ୍ଝି(କେନ୍ୟୁଜ) : କଂଟାବାଞ୍ଜି ଥାନା ଦାବିରି ଗାଁରେ ଘଟିଛି ଅଘଟଣ । ଦାବିରି ଗାଁରେ ଟ୍ରାକଟ୍ରର ଓଲଟି ଚାଳକଙ୍କ ମୃତ୍ୟୂ ହୋଇଥିବା ସୁଚନା ମିଲିଛି । ପ୍ରାପ୍ତ ସୁଚନା ଅନୁସାରେ ଦାବିରି ଗାଁର ରବି କୁଅଁର(୩୫) ନିଜ ଚାଷ ଜମିରେ କାମ ସାରି ଘରକୁ ଫେରୁଥିଲେ । ଘରକୁ ଫେରୁଥିବା ସମୟରେ ଗାଁ ପାଖରେ ହିଁ ଭାରସାମ୍ୟ ହରାଇ ନିଜ ଟ୍ରାକଟ୍ରର( ଓଡି ୦୩ ଆର୍ ୫୩୮୧) ଓଲଟି ପଡି ଜମି ଭିତରକୁ ପଶି ଯାଇଥିଲା ।

ତେବେ ଚାଳକ ରବି ଟ୍ରାକଟର ସହ ଚାପି ହୋଇଯାଇଥିଲେ । ଘଟଣା ସ୍ଥଳରେ ପିଣ୍ଟୁ ଭୋଇ, ସଂଗ୍ରାମ ତ୍ରିପାଠୀ ସହ ଗାଁର କିଛି ଲୋକ କଂଟାବାଞ୍ଜି ଦମକଲ ବିଭାଗର ଅଧିକାରୀମାନଙ୍କ ସହ ମିଶି ଉଦ୍ଧାର କରିଥିଲେ । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ କଂଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ରବିଙ୍କ ମୃତ୍ୟୂ ପରେ ଦାବିରି ଗାଁରେ ଶୋକର ଛାୟା ଖେଲିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.