ରାସ୍ତା ତଳକୁ ଖସିଲା ଚିପ୍ସ ବୋଝେଇ ହାଇୱା, ଡ୍ରାଇଭର ମୃତ

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଚିପ୍ସ ବୋଝେଇ ହାଇୱା । ଘଟଣାସ୍ଥଳରେ ଗାଡି ଭିତରେ ଚାପି ହୋଇ ଡ୍ରାଇଭର ମୃତ । ରେଢାଖୋଲ ଥାନା ଚାରବାଟି ରାସ୍ତାର ବୁଢିପାଣି ଗାଁ ନିକଟରେ ଦୁର୍ଘଟଣା ଘଟିଛି । ଖବରପାଇ ରେଢାଖୋଲ ଅଗ୍ନିଶମ ବିଭାଗ ପହଞ୍ଚି କଟରରେ କାଟି ମୃତଦେହ ଉଦ୍ଧାର କରିଛି ।

ରେଢାଖୋଲ(କେନ୍ୟୁଜ): ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଚିପ୍ସ ବୋଝେଇ ହାଇୱା । ଘଟଣାସ୍ଥଳରେ ଗାଡି ଭିତରେ ଚାପି ହୋଇ ଡ୍ରାଇଭର ମୃତ । ରେଢାଖୋଲ ଥାନା ଚାରବାଟି ରାସ୍ତାର ବୁଢିପାଣି ଗାଁ ନିକଟରେ ଦୁର୍ଘଟଣା ଘଟିଛି । ଖବରପାଇ ରେଢାଖୋଲ ଅଗ୍ନିଶମ ବିଭାଗ ପହଞ୍ଚି କଟରରେ କାଟି ମୃତଦେହ ଉଦ୍ଧାର କରିଛି ।

ରେଢାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ମୃତ ଡ୍ରାଇଭର ଜଣକ ଅନୁଗୋଳ ଜିଲ୍ଲା କିଶୋର ନଗର ଥାନା ଡାଳପକା ଗାଁର ଡିଲେଶ୍ୱର ଦେହୁରୀ । ଚିପ୍ସ ବୋଝେଇ ଗାଡିଟି ସମ୍ବଲପୁରରୁ ବୁଢାପାଣି ଆସୁଥିବା ବେଳେ ଦୁର୍ଘଟଣାଟି ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.