ସମାଧାନ ହେବ ଓଡ଼ିଶା ଡ୍ରାଇଭର ଏକତା ମହାସଂଘର ଦାବି, ସରକାର ଓ ମହାସଂଘର ବୈଠକ ପରେ ନିଷ୍ପତ୍ତି

ଆନ୍ଦୋଳନ ସମସ୍ୟାର ସମାଧାନ ନେଇ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ଏକତା ମହାସଂଘର ବରିଷ୍ଠ କର୍ମକର୍ତ୍ତା ଓ ସଦସ୍ୟଙ୍କ ମଧ୍ୟରେ ବୈଠକ ହୋଇଥିଲା।

କେନ୍ୟୁଜ୍(ବ୍ୟୁରୋ):ସମାଧାନ ହେବ ଓଡ଼ିଶା ଡ୍ରାଇଭର ଏକତା ମହାସଂଘର ଦାବି। ଆଗାମୀ ୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବିକୁ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ମୁଖ୍ୟ ଶାସନ ସଚିବ ଲିଖିତ ପ୍ରତିଶ୍ରୁତି ଦେଇଥିବା ସଂଘ କହିଛି।

ଆନ୍ଦୋଳନ ସମସ୍ୟାର ସମାଧାନ ନେଇ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ଏକତା ମହାସଂଘର ବରିଷ୍ଠ କର୍ମକର୍ତ୍ତା ଓ ସଦସ୍ୟଙ୍କ ମଧ୍ୟରେ ବୈଠକ ହୋଇଥିଲା। ସେପଟେ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛି ସଂଘ।

 

Leave A Reply

Your email address will not be published.