ବୁଝାମଣା ପରେ ଆନ୍ଦୋଳନରୁ ଓହରିଲା ଓଡ଼ିଶା ଡ୍ରାଇଭର ମହାସଂଘ

ଦୁଇ ଦିନ ଧରି ଚାଲିଥିବା ଆନ୍ଦୋଳନ ଫଳରେ ବଜାରରେ ଏକପ୍ରକାର ହାହାକର ପରିସ୍ଥିତି ଦେଖାଦେଇଥିଲା।ଅତ୍ୟାବଶ୍ୟକ ସାମଗ୍ରୀର ମଧ୍ୟ କମି ଅନୁଭବ ହୋଇଥିଲା। ପେଟ୍ରୋଲ ପମ୍ପ ଖାଲି  ଓ ଗମାନାଗମନ ବି ଏକ ପ୍ରକାର ଠପ ହୋଇଯାଇଥିଲା।

କେନ୍ୟୁଜ୍(ବ୍ୟୁରୋ): ଆନ୍ଦୋଳନରୁ ଓହରିଲା ଓଡ଼ିଶା ଡ୍ରାଇଭର ମହାସଂଘ ।ବୁଝାମଣା ପରେ ଆନ୍ଦୋଳନରୁ ଓହରିଲା ଡ୍ରାଇଭର ସଂଘ । ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସୂଚନା । ଆନ୍ଦୋଳନ ପ୍ରତ୍ୟାହୃତ ନେଇ ପ୍ରଶାନ୍ତ ମେଣ୍ଡୁଲିଙ୍କ ସୂଚନା। ଦୁଇ ଦିନ ଧରି ଚାଲିଥିବା ଆନ୍ଦୋଳନ ଫଳରେ ବଜାରରେ ଏକପ୍ରକାର ହାହାକର ପରିସ୍ଥିତି ଦେଖାଦେଇଥିଲା।ଅତ୍ୟାବଶ୍ୟକ ସାମଗ୍ରୀର ମଧ୍ୟ କମି ଅନୁଭବ ହୋଇଥିଲା। ପେଟ୍ରୋଲ ପମ୍ପ ଖାଲି  ଓ ଗମାନାଗମନ ବି ଏକ ପ୍ରକାର ଠପ ହୋଇଯାଇଥିଲା।

ଗତକାଲି ମୁଖ୍ୟ ଶାସନ ସଚିବ ମହାସଂଘ ସହ ଆଲୋଚନା କରି ୩ ମାସ ଭିତରେ ଦାବି ପୂରଣ କରିବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ଏହାକୁ ଭୃକ୍ଷେପ କରିନଥିଲା ମହାସଂଘ । ଅନକେ ଜାଗାରେ ଆନ୍ଦୋଳନକୁ ଅତି ତୀବ୍ରତର କରିଥିଲା ସଂଘ। ଯାହା ଫଳରେ ପୋଲିସ ଓ ଡ୍ରାଇଭରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା। କିନ୍ତୁ ଆଜି ପୂନର୍ବାର ମହାସଂଘ ସହ ମୁଖ୍ୟଶାସନ ସଚବ କଥା ହେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ବୋଲି ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.