ଓଲଟିଲା ଚୂନ ବୋଝେଇ ଟ୍ରକ: ଚାପି ହୋଇ ରହିଥିବା ଡ୍ରାଇଭର ଉଦ୍ଧାର

ଭଦ୍ରକ ଜିଲ୍ଲା ବାସୁଦେବପୁର ଧାମରା ରାସ୍ତାର କୋଷ୍ଟ କେନାଲ ଛକ ନିକଟରେ ଓଲଟିଲା ଚୂନ ବୋଝେଇ ଟ୍ରକ ।ଚାପି ହୋଇ ରହିଯାଇଥିବା ଡ୍ରାଇଭର ଉଦ୍ଧାର।

ଭଦ୍ରକ (କେନ୍ୟୁଜ): ଓଲଟିଲା ଚୂନ ବୋଝେଇ ଟ୍ରକ। ଚାପି ହୋଇ ରହିଯାଇଥିବା ଡ୍ରାଇଭର ଉଦ୍ଧାର । ଭଦ୍ରକ ଜିଲ୍ଲା ବାସୁଦେବପୁର ଧାମରା ରାସ୍ତାର କୋଷ୍ଟ କେନାଲ ଛକ ନିକଟରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ ଆଜି ସକାଳେ ବାସୁଦେବପୁର ଆଡୁ ଧାମରା ଅଭିମୁଖେ ଯାଉଥିବା ଏକ ଚୂନ ବୋଝେଇ ଟ୍ରକ ଅନ୍ୟ ଏକ ଟ୍ରକକୁ ସାଇଟ ଦେଉଥିବା ବେଳେ ଭରସାମ୍ୟ ହରାଇ ନୟନ ଯୋଡିକୁ ଓଲଟି ପଡିଥିଲା। ଫଳରେ ହେଲପର ଖସି ଯାଇଥିବା ବେଳେ ଡ୍ରାଇଭର ଟ୍ରକ ତଳେ ଚାପି ହୋଇ ରହି ଯାଇଥିଲେ । ଦମକଳ ବାହିନୀ ଏବଂ ଚୂଡ଼ାମଣି ପୋଲିସ ଦେଢ଼ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ଡ୍ରାଇଭର ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ତାଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।