ସରକାର ଘୋଷଣା ନ କରିବା ଯାଏ ରାଜ୍ୟରେ ଜାରି ରହିବ ଡ୍ରାଇଭରଙ୍କ ଆନ୍ଦୋଳନ, ମହାସଂଘ ସଭାପତିଙ୍କ ସୂଚନା

ଜାରି ରହିବ ଡ୍ରାଇଭର ସଂଘର ଆନ୍ଦୋଳନ । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଶାନ୍ତି ଶୃଙ୍ଖଳାର ସହ ଆନ୍ଦୋଳନ କରିବାକୁ କର୍ମକର୍ତ୍ତାଙ୍କୁ ନିବେଦନ କରିଛନ୍ତି ପ୍ରକାଶ ମେଣ୍ଡୁଲି ।

ଭୁବନେଶ୍ୱର (କେନ୍ୟୁଜ): ଜାରି ରହିବ ଡ୍ରାଇଭର ସଂଘର ଆନ୍ଦୋଳନ । ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ଏ ନେଇ ସୂଚନା ଦେଇଛନ୍ତି । ମୁଖ୍ୟ ସଚିବ ଦେଇଥିବା ପ୍ରତିଶ୍ରୁତିକୁ ଗ୍ରହଣ କରୁନି ସଂଘ । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଶାନ୍ତି ଶୃଙ୍ଖଳାର ସହ ଆନ୍ଦୋଳନ କରିବାକୁ କର୍ମକର୍ତ୍ତାଙ୍କୁ ନିବେଦନ କରିଛନ୍ତି ପ୍ରକାଶ ମେଣ୍ଡୁଲି ।

ସେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତିରେ ଖୁସି ନାହାନ୍ତି ସଂଘ ସଦସ୍ୟ। ଏଣୁ ଆନ୍ଦୋଳନ ଜାରି ରହିଛି, ଆଗକୁ ବି ଜାରି ରହିବ, ସରକାର ଘୋଷଣା ନକରିବା ଯାଏ ଆନ୍ଦୋଳନ ଚାଲୁ ରଖିବୁ। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରଖିବାକୁ ସମସ୍ତେ ପ୍ରସ୍ତୁତ ହୁଅନ୍ତୁ। ଏଥିପାଇଁ ଗୁଳି ଖାଇବାକୁ ପଡ଼ିଲେ ବି ପ୍ରସ୍ତୁତ ହେବା।

ଅପରପକ୍ଷରେ ମୁଖ୍ୟ ଶାସନ ସଚିବଙ୍କ ପ୍ରତିଶ୍ରୁତି ପରେ ଡ୍ରାଇଭର ମହାସଂଘ ନିହାତି ଭାବେ ସକରାତ୍ମକ ନିଷ୍ପତ୍ତି ଶୁଣାଇବ ବୋଲି ସମସ୍ତେ ଆଶା ବାନ୍ଧିଥିଲେ। ମାତ୍ର ଆଜି ରାଜ୍ୟବାସୀଙ୍କ ସମସ୍ତ ଆଶା ଫସର ଫାଟି ଯାଇଛି। ମୁଖ୍ୟ ସଚିବଙ୍କ ଲିଖିତ ପ୍ରତିଶ୍ରୁତିରେ ଡ୍ରାଇଭର ମହାସଂଘ ଖୁସି ନ ଥିବା ସ୍ପଷ୍ଟ କରିବା ସହ ସରକାରଙ୍କ ଘୋଷଣାକୁ ଅପେକ୍ଷା ଥିବା ଜଣାଯାଇଛି। ଏଥିସହ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ବି ସୂଚାଇ ଦେଇଛନ୍ତି।