କଣ୍ଟେନରକୁ ପଛ ପଟୁ ଧକ୍କା ଦେଇଥିଲା କଣ୍ଟେନର, ଡ୍ରାଇଭରଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ବାଲେଶ୍ବର : ବାଲେଶ୍ବର ଜଳେଶ୍ବର ଥାନା ୬୦ ନମ୍ବର ଜାତୀୟ ରାଜପଥ ଆମ୍ବଳିଅଠା ବାଇପାସ୍ ନିକଟରେ ଦୁର୍ଘଟଣା । କଣ୍ଟେନରକୁ ପଛ ପଟୁ ଧକ୍କା ଦେଇଥିଲା କଣ୍ଟେନର । ଗାଡି ଭିତରେ ଚାପି ହୋଇଥିଲେ ଡ୍ରାଇଭର । ଦୁଇ ଘଣ୍ଟା ପରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଗ୍ୟାସ କଟରରେ କାଟି ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କ୍ୟାବିନ ଭିତରେ ଡ୍ରାଇଭର ଚାପି ହୋଇ ରହିଯାଇଥିଲେ। ଜଲେଶ୍ବର ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ କଟର ଦ୍ବାରା କାଟି ଡ୍ରାଇଭରକୁ ଉଦ୍ଧାର କରିଥିଲେ। ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଜଳେଶ୍ବର ପୋଲିସ ଗାଡି ଦୁଇଟି ଜବତ କରି ଘଟଣାର ତଦନ୍ତ କରୁଛି ।
Also read:ଧୂଳି ସଫା କରୁଥିବାବେଳେ ଜଳିଗଲା BMCର କ୍ଲିନିଂ ଗାଡ଼ି, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ