ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ଅବ୍ୟାହତ ରହିବା ନା ସ୍ଥଗିତ ରହିବ, ଆଜି ଆସିବ ନିଷ୍ପତ୍ତି

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଅବ୍ୟାହତ ହେବ ନା ସ୍ଥଗିତ ରହିବ। ଏନେଇ ଆଜି ସ୍ପଷ୍ଟ ହେବ। ସରକାର ତିନି ମାସରେ ଦାବି ଗୁଡ଼ିକର ସମାଧାନ ପାଇଁ ପ୍ରତିଶ୍ରୁତ ଦେଇଛନ୍ତି । ତେବେ ଡ୍ରାଇଭର ମହାସଂଘ ଆନ୍ଦୋଳନ ପ୍ରତ୍ୟାହାର ନେଇ ଏଯାଏଁ କୌଣସି ସୂଚନା ଆସିନାହିଁ ।

ଭୁବନେଶ୍ୱର (କେନ୍ୟୁଜ): ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଅବ୍ୟାହତ ହେବ ନା ସ୍ଥଗିତ ରହିବ। ଏନେଇ ଆଜି ସ୍ପଷ୍ଟ ହେବ। ଗତକାଲି ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ସହ ଆଲୋଚନା ପରେ ଡ୍ରାଇଭର ସଂଘ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ଏକତା ମହାସଂଘର ବରିଷ୍ଠ କର୍ମକର୍ତ୍ତା ଓ ସଦସ୍ୟଙ୍କ ମୁଖ୍ୟ ସଚିବଙ୍କ ସାମ୍ନାରେ ସେମାନଙ୍କ ୧୦ ଦଫା ଦାବି ଉପସ୍ଥାପନ କରିଥିଲ। ୩ ମାସ ମଧ୍ୟରେ ଦାବି ପୂରଣ ନେଇ ସରକାର ଲିଖିତ ପ୍ରତିଶୃତି ଦେଇଛନ୍ତି। ତେବେ ଆଲୋଚନା ପରେ ଡ୍ରାଇଭର ମହାସଂଘ ଆନ୍ଦୋଳନ ସ୍ଥଗିତ ନେଇ ସୂଚନା ଦେଇନାହିଁ। ଆଜି ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ସ୍ଥଗିତ ରଖିପାରନ୍ତି।

ସେପଟେ ଡ୍ରାଇଭରଙ୍କ ଆନ୍ଦୋଳନ ଭିତରେ ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଘରୋଇ ମାଲିକ ସଂଘ ଆଜିଠାରୁ ବସ୍ ଚଳାଚଳ କରିବାକୁ ଧମକ ଦେଇଛି । ଡ୍ରାଇଭର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଟାସ୍କ ଫୋର୍ସ ଗଠନ । ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ଟାସ୍କ ଫୋର୍ସ କମିଟି ଗଠନ ହୋଇଛି । ଏହି କମିଟିରେ ଅଛନ୍ତି ପୋଲିସ ଡିଜି, ଉନ୍ନୟନ କମିଶନର, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ, ଯୋଗାଣ ସଚିବ ଏବଂ ପରିବହନ କମିଶନର । ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ଉପରେ ନିୟନ୍ତ୍ରଣ ରଖିବ ଏହି ଟାସ୍କ ଫୋର୍ସ କମିଟି । ଏଥିପାଇଁ କାମ କରିବ ୨୪ ଘଣ୍ଟିଆ ୩ଟି କଣ୍ଟ୍ରଲ ରୁମ୍‌ । ଜନସାଧାରଣ ୧୧୨, ୧୮୦୦୩୪୫୧୦୭୩ ଏବଂ ୦୬୭୪୨୩୯୩୬୪୪କୁ ଯୋଗାଯୋଗ କରିପାରିବେ ।

Leave A Reply

Your email address will not be published.