ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍‌, ଭାଇରାଲ ହେଲା ଶ୍ରୀମନ୍ଦିରର ଭିଡିଓ

ପୁରୀ (କେନ୍ୟୁଜ୍) : ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ଯବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍‌। ୟୁଟ୍ଯୁବରେ ଭାଇରାଲ ହେଲା ଡ୍ରୋନରେ ନିଆଯାଇଥିବା ଶ୍ରୀମନ୍ଦିରର ଭିଡିଓ । ଏହାକୁ ଜଣେ ୟୁଟ୍ଯୁବର ନିଜ ୟୁଟ୍ଯୁବରେ ଭିଡିଓ ଅପଲୋଡ଼ କରି ଭାଇରାଲ୍‌ କରିଛି। ୟୁନିଫାଏଡ୍‌ ନାମକ ଏକ ଚ୍ଯାନେଲରେ ୟୁଟ୍ଯୁବରେ ଏହି ଭିଡିଓ ଅପଲୋଡ଼ ହୋଇଛି।

ଭିଡିଓର ପ୍ରତି ଆଙ୍ଗେଲ୍‌ ପିଛା ୨୦ ହଜାର ଟଙ୍କା ସମ୍ପୃକ୍ତ ୟୁଟ୍ଯୁବର ଦାବି କରୁଥିବା ନେଇ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ତେବେ ଶ୍ରୀମନ୍ଦିରର ସୁରକ୍ଷା ବ୍ଯବସ୍ଥାରେ ମାଳ ମାଳ ପୋଲିସ୍‌ ଅଧିକାରି ଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ବ୍ଯବସ୍ଥା ପ୍ରତି ଦୃଷ୍ଟି ନ ଦେବା ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି।

puri

ଡ୍ରୋନ୍‌ କ୍ଯାମେରା ଦ୍ଵାରା ଆଜି କାଲି ଅନେକ ଆକ୍ରମଣ, ଯୁଦ୍ଧ ହେଉ ଥିବା ବେଳେ ଏହାକୁ ପୋଲିସ୍‌ ଗୁରୁତ୍ବ ନ ଦେବା ସାଧାରଣ ରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏହି ଘଟଣାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଏଏସଆଇ ପକ୍ଷରୁ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଥିବା ଶ୍ରୀମନ୍ଦିରର କୌଣସି ଫଟୋ କିମ୍ବା ଭିଡ଼ିଓଗ୍ରାଫି ହୋଇପାରିବ ନାହିଁ।

ଭବିଷ୍ଯତରେ ଘଟଣାର ପୁନରାବୃତ୍ତି ନହେବା ପାଇଁ ନିଆଯିବ ପଦକ୍ଷେପ। ଏଥିସହ ଆଇନ୍‌ ଅନୁଯାୟୀ ସଂପୃକ୍ତ ୟୁଟ୍ଯୁବର ବିରୋଧରେ କଣ କାର୍ଯ୍ଯାନୁଷ୍ଠାନ ନିଆଯାଇପାରିବ ତାର ତର୍ଜମା ଚାଲିଛି। ଏ ନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି. ଏସ. ଚନ୍ଦ୍ରଶେଖର ରାଓ ସୂଚନା ଦେଇଛନ୍ତି।

Leave A Reply

Your email address will not be published.