ଆନନ୍ଦପୁର : କେନାଲରେ ବୁଡ଼ି ଯୁବକର ମୃତ୍ୟୁ

ଆନନ୍ଦପୁର : କେନ୍ଦୁଝର ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧୀନସ୍ଥ ଶାଳବଣିଆଁ ଶାଖା କେନାଲର ଅଣା ଛକ ନିକଟରେ ଜଣେ ଯୁବକ ବୁଡିଯାଇ ମୃତୁ୍ୟବରଣ କରିଛନ୍ତି । ମୃତ ଯୁବକ ଜଣକ ନିସଙ୍ଗପୁର ଗାଁର ମଙ୍ଗୁଳି ଯେନାଙ୍କ ପୁଅ ଈଶ୍ୱର ଯେନା ବୋଲି ଜଣାପଡିଛି । ଆଜି ଦିନ ୧୧ଟା ବେଳେ ସେ କେନାଲରେ ଗାଧୋଇବା ସମୟରେ ଅସାବଧାନତାରୁ ବୁଡିଯାଇଥିଲେ । ହାଟଡିହି ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ଅନେକ ଖୋଜାଖୋଜି କରିବା ପରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.